
ଚଣ୍ଡିଖୋଲ ୮/୧୦(କ ବ୍ୟୁ) ଗୁଣାତ୍ମକ ଶିକ୍ଷା ପ୍ରଦାନ ରେ ଶିକ୍ଷକଙ୍କ ଭୂମିକା ସଂମ୍ପର୍କରେ ସଚେତନତା ସୃଷ୍ଟି କରିବା, ବିଶ୍ଵରେ ଶିକ୍ଷକ ଙ୍କ ସ୍ଥିତି ରେ ସୁଧାର ଆଣିବା, ଶିକ୍ଷକ ମାନଙ୍କ ଅଧିକାର ଓ କର୍ତ୍ତବ୍ୟ କୁ ସ୍ଵୀକୃତି ପ୍ରଦାନ କରିବା ସହ ପ୍ରାଥମିକ ପ୍ରଶିକ୍ଷଣ ସହିତ ଶିକ୍ଷକଙ୍କ ନିରନ୍ତର ଶିକ୍ଷା ପାଇଁ ଆନ୍ତର୍ଜାତିକ ମାନ ନିର୍ଦ୍ଧାରଣ କରିବା ସହିତ ଉତ୍ତମ ସୈକ୍ଷିକ ବାତାବରଣ ସୃଷ୍ଟି କରିବା ଏହି ଆନ୍ତର୍ଜାତିକ ଶିକ୍ଷକ ଦିବସର ମୂଖ୍ୟ ଉଦ୍ଦେଶ୍ୟ। ଏହି ଅବସରରେ ଭୁବନେଶ୍ଵର ସ୍ଥିତ ହୋଟେଲ ଚନ୍ଦନ ଠାରେ ଆୟୋଜିତ ହାପି ମୋମେଣ୍ଟ ଇଣ୍ଡିଆନ ଇଣ୍ଟର ନେସନାଲ ଆନୁକୂଲ୍ୟରେ ଆୟୋଜିତ ରାଷ୍ଟ୍ରୀୟ ସର୍ବଶ୍ରେଷ୍ଠ ଗୁରୁଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି। ଅବସର ପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ତଥା ଓଡ଼ିଶାର ବିଶିଷ୍ଟ ଶିକ୍ଷକ ନେତା ପବିତ୍ର ମୋହନ ମାହାଲା ଙ୍କୁ ଆନ୍ତର୍ଜାତିକ ଶିକ୍ଷକ ଦିବସରେ ରାଷ୍ଟ୍ରୀୟ ସର୍ବଶ୍ରେଷ୍ଠ ଗୁରୁଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି। ଏହି ସମାରୋହରେ ହାପି ମୋମଣ୍ଟ ଇଣ୍ଡିଆନ ଏଣ୍ଟର ନେସନାଲ ର ଅଧ୍ୟକ୍ଷ ଡ଼ ରାଜେନ୍ଦ୍ର ପ୍ରସାଦ ପଣ୍ଡା, ମୁଖ୍ୟବକ୍ତା ଭାବେ ଶିଳ୍ପପତି ସୁରେଶ ଚନ୍ଦ୍ର ପଣ୍ଡା,ସମ୍ମାନିତ ଅତିଥି ଭାବେ ରାଜ୍ୟପାଳ ଙ୍କ ପ୍ରାକ୍ତନ ଲୋକସମ୍ପର୍କ ଅଧିକାରୀ ରକ୍ଷକ ନାୟକ, ପାଇକ ଆଖଡ଼ା ର ସଭାପତି ଦିଲ୍ଲୀପ ହରିଚନ୍ଦନ ଯୋଗଦେଇ ଶ୍ରୀ ମାହାଲାଙ୍କୁ ଉପଢୌକନ, ପୁଷ୍ପ ଗୁଚ୍ଛ, ମାନପତ୍ର ପ୍ରଦାନ ସମ୍ମାନିତ କରିଥଲେ।