ଇଣ୍ଡି ମେଣ୍ଟ ର ୧୨ଘଣ୍ଟିଆ ଓଡ଼ିଶା ବନ୍ଦ୍, ଜନଜୀବନ ପ୍ରଭାବିତ

ଚଣ୍ଡିଖୋଲ,୮/୧୦(କ.ଵ୍ୟୁ) (ପ୍ରଶାନ୍ତ ଜେନାଙ୍କ ରିପୋର୍ଟ) ଏମ୍ ଏମ୍ ଡି ଆର୍ ସଂଶୋଧନ ଆଇନ୍ ବାତିଲ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଙ୍କୁ ବରଖାସ୍ତ,ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଇସ୍ତଫା, ବନ୍ୟା ପ୍ରଭାବିତ ଲୋକଙ୍କୁ ପର୍ଯ୍ୟାପ୍ତ ରିଲିଫ୍ ପ୍ରଦାନ ସହିତ ପୁନର୍ବାସ ସହାୟତା ଯୋଗାଇବା ଆଦି ଦାବୀ ନେଇ ଆଜି ଇଣ୍ଡି ମେଣ୍ଟ ପକ୍ଷରୁ ୧୨ଘଣ୍ଟିଆ ଓଡ଼ିଶା ବନ୍ଦ୍ ଡାକରା ଦିଆଯାଇଥିବା। ଏଥିରୁ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆ ଯାଇଛି। ଏହି ବନ୍ଦ୍ ରେ ୯ଟି ରାଜନୈତିକ ଦଳ ସାମିଲ୍ ହୋଇଥିଲେ। ଆଜି ସକାଳ କଂଗ୍ରେସ କର୍ମୀମାନେ,ଚଣ୍ଡିଖୋଲ ୧୬ନମ୍ୱର୍ ଜାତୀୟ ରାଜପଥ ଉପରେ କଂଗ୍ରେସ କର୍ମୀ ମାନେ ପିକେଟିଂ କରିଥିଲେ।ଚଣ୍ଡିଖୋଲ ଛକ,ବାଲିଚନ୍ଦ୍ରପୁର ରେ କଂଗ୍ରେସ୍ କର୍ମୀମାନେ ଧାରଣ ଦେଇଥିଲେ। ବଡଚଣା ବ୍ଲକ୍ କଂଗେସ କମିଟି ସଭାପତି ଚିନ୍ମୟ କୁମାର ପ୍ରଧାନ, ସନ୍ତୋଷ କୁମାର ବଳ, ସମ୍ପାଦକ୍ ପ୍ରବୀର୍ ବଳ, ଯୁବ କଂଗ୍ରେସ ସଭାପତି ଜୟ ପ୍ରକାଶ ବିଶ୍ବାଳ,ବରିଷ୍ଟ କଂଗ୍ରେସ୍ କର୍ମୀ ନୀଳକଣ୍ଠ ମିଶ୍ର, ଜିଲ୍ଲା ଯୁବ କଂଗ୍ରେସ ନେତା ଚର୍ଚ୍ଚିତ ମାହାଲା, ନିରଂଜନ ସାହୁ, ମାନ ଗୋବିନ୍ଦ ଦାସ, ଶୁଶାନ୍ତ କୁମାର ସାହୁ, ନଳିନୀ କାନ୍ତ ଜେନା, ରବୀନ୍ଦ୍ର କୁମାର ଜେନା, ଦତ୍ତ ହରି ମହାରଣା, ରମାକାନ୍ତ ମାହୁନ୍ତ, ଗୌରାଙ୍ଗ ଦାସ, ପ୍ରଭୁଦତ୍ତ ଜେନା, ସୁଧାଂଶୁ ଶେଖର ନାୟକ, ଦିଲ୍ଲୀପ ନାୟକ, ରଂଜନ କୁମାର ଜେନା, ଭଗବାନ୍ ପଣ୍ଡା, ଯୁଧିଷ୍ଟିର ସାହୁ, ସୁକାନ୍ତ କୁମାର ଜେନା, ଧୀରେନ୍ଦ୍ର କୁମାର ଜେନା,ସଚ୍ଚିଦାନନ୍ଦ ଜେନା, ଦିଲ୍ଲୀପ କୁମାର ବିଶ୍ବାଳ ସ୍ମୃତି ରଂଜନ ସାହୁ ସୌଭାଗ୍ୟ କୁମାର ସାମଲ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ।ଚଣ୍ଡିଖୋଲ ଛକ ରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହିତ ଗାଡ଼ି ମଟର ଯାତାୟାତ ବନ୍ଦ ଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଶଙ୍କର୍ଷଣ ଦଳେଇ, ରତିକାନ୍ତ ଗିରି ବଡଚଣା ଥାନା ଅଧିକାରୀ ଜଗଦୀଶ କର ପୋଲିସ୍ ଫୋର୍ସ ସହିତ ଉପସ୍ଥିତ ଥିଲେ।ଅପରାହ୍ନ ଦୁଇଟା ପରେ ଗାଡି ମଟର ଯାତାୟାତ ସ୍ଵାଭାବିକ ହୋଇଥଲା।

Leave a Reply

Your email address will not be published. Required fields are marked *