କଟକରେ ଓଡିଶା ବନ୍ଦ ଆଂଶିକ ସଫଳ


କଟକ: ଦେଶର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କର ଇସ୍ତଫା ଏବଂ କେନ୍ଦ୍ର ସରକାରଙ୍କର ଖଣି ଆଇନ ସଂଶୋଧନର ବିରୋଧ କରି , ପାଠ୍ୟ ପୁସ୍ତକ ରେ ତ୍ରୁଟି ଯୋଗୁ ଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଏବଂ ବନ୍ୟା ପ୍ରପଡ଼ିତ ଲୋକ ମାନଙ୍କୁ ସହାୟତା ଯୋଗେଇ ଦବା ଚାରି ଦଫା ଦାବି ନେଇ
ଆଜି କଂଗ୍ରେସ ନେତୃତ୍ୱରେ ଇଣ୍ଡିଆ ବ୍ଲକର ଆହ୍ୱାନ କ୍ରମେ ଓଡିଶା ବନ୍ଦ ଡାକରା ଦିଆଯାଇଛି. କଟକ ସହରରେ ବନ୍ଦ ର ପ୍ରଭାବ ମିଶ୍ରିତ ଦେଖା ଯାଇଛି। ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ହାଇକୋର୍ଟ ର ବିଚାରପତି ମାନକୁ କଡ଼ା ସୁରକ୍ଷା ମଧ୍ୟରେ କୋର୍ଟ କୁ ଅଣା ଯାଇଥିଲା।
ଆଜି କଟକ ସମେତ ସମଗ୍ର ଜିଲ୍ଲାରେ ଓଡିଶା ବନ୍ଦ ଆଂଶିକ ସଫଳ ହୋଇଛି. ଆମ୍ବୁଲାନ୍ସ ସେବା, ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଯାଉଥିବା ଗାଡିକୁ ଏହି ବନ୍ଦରୁ ବାଦ ଦିଆଯାଇଛି. ବନ୍ଦ ଯୋଗୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି. ସହରରେ କେତେକ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଦିଆଯାଇଛି. ସହରରେ ସ୍ୱାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି. ଆନ୍ଦୋଳନକାରୀମାନେ ସରକାରୀ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ୟାଙ୍କ ଏବଂ ବିଭିନ୍ନ ବ୍ୟବସାୟ କେନ୍ଦ୍ରଗୁଡିକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି. ବିଶେଷ କରି ଜାତୀୟ ରାଜପଥ ଗୁଡିକରେ ଓଡିଶା ବନ୍ଦ ଯୋଗୁ ଗାଡି ଚଳାଚଳ ଏକପ୍ରକାର ଠପ ହୋଇଯାଇଛି. ଆନ୍ଦୋଳନକାରୀମାନେ ଜାତୀୟ ରାଜପଥରେ ବିକ୍ଷୋଭ ପ୍ରଦର୍ଶନ କରିବା ଯୋଗୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା. ସହରରେ ବନ୍ଦ ଯୋଗୁ କେତେକ ସ୍ଥାନରେ ଦୋକାନବଜାର ବନ୍ଦ ଥିଲା. କଟକର ମୁଖ୍ୟ ବାଣିଜ୍ୟ କେନ୍ଦ୍ର ମାଲଗୋଦାମ ଠାରେ ବନ୍ଦ ଯୋଗୁ ବ୍ୟବସାୟ ବାଧାପ୍ରାପ୍ତ ହୋଇଛି. ଖୁବ କମ ସଂଖ୍ୟାରେ ଗାଡି ଯାତାୟାତ କରୁଥିବା ଲକ୍ଷ୍ୟ କରାଯାଇଛି. ବିଭିନ୍ନ ବିରୋଧୀ ଦଳ ଏହି ବନ୍ଦକୁ ସମର୍ଥନ ଜଣାଇ ବିକ୍ଷୋଭରେ ସାମିଲ ହୋଇଥିଲେ. କଂଗ୍ରେସ ନେତା ମାନସ ପରିଡା, ବିପ୍ଳବ ଶିଳାଦିତ୍ୟ ଦାସଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ବାଦାମବାଡ଼ି, ଖପୁରିଆ ଛକ, ଓ ଏମ ପି ଛକ, ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ. ବନ୍ଦ ବେଳେ ଶାନ୍ତିରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା. କଟକ ସହରର ବକ୍ସିବଜାର, ନୟାସଡକ ଆଉ କେତେକ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଛି। ଆନ୍ଦୋଳନ କାରୀମାନେ ବ୍ୟାଙ୍କ୍, ବୀମା, ଏବଂ କେତେକ ସରକାରୀ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗାଡ଼ି ମୋଟର ଯାତାୟାତ କରିଥିଲେ ମଧ୍ୟ ଏହା ସ୍ୱାଭାବିକ ନଥିଲା। ମୋଟାମୋଟି ଭାବେ ଆଜି ଓଡ଼ିଶା ବନ୍ଦ କଟକରେ ଶାନ୍ତିପୂର୍ଣ୍ଣ ରହିଛି।

Leave a Reply

Your email address will not be published. Required fields are marked *