ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ସେବା ସେତୁ ଅଭିଯାନ ଦିବସ ପାଳିତ


ରାଜଗାଙ୍ଗପୁର :- ୬ ଅକ୍ଟୋବର ୨୦୨୬ ମଙ୍ଗଳବାର ଦିନ ରାଜଗାଙ୍ଗପୁର ବ୍ଲକ୍ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ରେ ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ସେବା ସେତୁ ଅଭିଯାନ ଦିବସ ପାଳନ କରାଯାଇଥିଲା । ଏହି ଅବସର ରେ ଗାଙ୍ଗୀ କିଣ୍ଡୋ, ସ୍ଵତନ୍ତ୍ର ଉନ୍ନୟନ ପରିଷଦ, ଉପସଭାପତି, ସୁନ୍ଦରଗଡ଼, ପ୍ରତ୍ୟୁଷ କୁମାର ଆଚାର୍ଯ୍ୟ, ସହାୟକ ନିର୍ବାହୀ ଯନ୍ତ୍ରୀ, ରାଜଗାଙ୍ଗପୁର, ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ, ରାମକୃଷ୍ଣ ମୁଣ୍ଡାରୀ, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ସହ ମାନ୍ୟଗଣ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ
ଏହି କାର୍ଯ୍ୟକ୍ରମ ରେ , ୧୦ ଜଣ ହିତାଧିକାରୀ ଙ୍କୁ ଅନ୍ତୋଦୟ ଗୃହ ଯୋଜନା ରେ ଘର, ୧୭ ଜଣ ହିତାଧିକାରୀଙ୍କୁ ଜବ୍ କାର୍ଡ, ୧୦ ଜଣ ହିତାଧିକାରୀଙ୍କୁ ରାସନ କାର୍ଡ, ୭ ଜଣ ହିତାଧିକାରୀଙ୍କୁ ଲେବର କାର୍ଡ ଓ ୩ ଟି ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ଏଫ୍ ଆର୍ ଆଇ ଲୋନ୍ ପ୍ରଦାନ କରାଯାଇ ଅଛି।

ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *