



ରାଜଗାଙ୍ଗପୁର :- ୦୬/୧୦/୨୬ ରିଖ ଦିନ କୁତ୍ରା ବ୍ଲକ ଅନ୍ତର୍ଗତ ଝାରବେଡାସ୍ଥିତ ଡାଲମିଆ ମହାବିଦ୍ୟାଳୟରେ ପରିସର ରେ ସରକାରଙ୍କ ନିର୍ଦ୍ଦେଶାନୁକ୍ରମେ “ସେବା ପକ୍ଷ ଅଭିଯାନ -୨୦୨୬” ଓ “ସ୍ବଚ୍ଛତା ଶପଥ ପାଠ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଏନ୍.ଏସ୍ .ଏସ., ଏନ୍. ସି .ସି., ଓ୍ବାୟ.ଆର.ସି ଏବଂ ଡ୍ରାମାଟିକ୍ ଓ କଲ୍ଚରାଲ ସୋସାଇଟିର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମଟି ଆୟୋଜିତ ହୋଇଛି । ଅଧ୍ୟକ୍ଷ ଡ. ଜିତେନ୍ଦ୍ର କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ଏନ୍. ଏସ୍. ଏସ. ଅଫିସର ଅଧ୍ୟାପିକା ପ୍ରୀତି ମିଶ୍ରା । ମହାବିଦ୍ୟାଳୟର ଏନ୍.ସି.ସି ଛାତ୍ରଛାତ୍ରୀମାନେ ପଥପ୍ରାନ୍ତ ନାଟକ ଅବସରରେ ‘ଶିକ୍ଷାର ସମୃଦ୍ଧି’ ବିଷୟକ ଏକ କ୍ଷୁଦ୍ର ନାଟକ ପରିବେଷଣ କରିଥିଲେ। ନାରୀ ଶିକ୍ଷା, ପ୍ରୈଢ଼ ଶିକ୍ଷାଦିର ପ୍ରସାରକୁ ଏଥିରେ ଗୁରୁତ୍ବ ଦେଇ ଛାତ୍ରଛାତ୍ରୀ ଅତି ଚମତ୍କୃତ ଅଭିନୟ ପ୍ରଦର୍ଶନ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଝାରବେଡା ସରପଞ୍ଚ ଭିକ୍ଟୋରିଆ ଯୋଯୋ ।ଏହାପରେ ଅଧ୍ୟକ୍ଷଙ୍କ ଅନୁକୃତିରେ ସ୍ୱଚ୍ଛତା ଶପଥ ପାଠ ଗ୍ରହଣ କରିଥିଲେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଅନ୍ୟାନ୍ୟ କର୍ମଚାରୀ ଓ ସମସ୍ତ ଛାତ୍ରଛାତ୍ରୀ।
ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ