କୁକୁଡା ଗାଁର ସୁନା ଝିଅ ସୁନେଲିତା ଏସୀୟନ ଗେମ୍ସ -୨୦୨୬ ରେ ସ୍ୱର୍ଣ୍ଣ ପଦକ ହାସଲ କଲେ୪୪ ବର୍ଷର ଲମ୍ବା ଅପେକ୍ଷା ପରେ ଭାରତ ମହିଳା ହକିରେ ଏହି ଗୌରବ ହାସଲ କରିଛି।


ରାଜଗାଙ୍ଗପୁର: ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କୁକୁଡା ଗାଁର ଝିଅ ସୁନେଲିତା ଟପ୍ପୋ ଏସୀୟନ ଗେମ୍ସରେ ହକି ଖେଳରେ ସ୍ୱର୍ଣ୍ଣ ପଦକ ଜିତି ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛନ୍ତି। ଯାହାକୁ ନେଇ ଆଜି ଅପରାହ୍ନ ୪ ଘଟିକା ସମୟରେ, ବିହାବନ୍ଧ ଛକ ଠାରେ ଆଞ୍ଚଳିକ ବିକାଶ ପରିଷଦ ଏବଂ କୁକୁଡା ଗ୍ରାମ ପଞ୍ଚାୟତର ଗ୍ରାମବାସୀମାନେ ସୁନ୍ଦରଗଡ଼ ମାଟି ର ସୁନା ଝିଏ ସୁନେଲିତାଙ୍କୁ ଫୁଲତୋଡ଼ା ଓ ମାଲ୍ୟାର୍ପଣ କରି ସ୍ୱାଗତ କରିଥିଲେ ଓ ପରେ ତାଙ୍କୁ ବିହାବନ୍ଧ ଚର୍ଚ୍ଚକୁ ନିଆଯାଇଥିଲେ ସେଠାରେ ମଧ୍ୟ ସମ୍ବର୍ଦ୍ଧନା ଦେବା ପରେ । ସେଠାରୁ, ସୁନେଲିତାଙ୍କୁ ତାଙ୍କ ଗ୍ରାମ ଅବସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଉପରବାହଲରେ ଯେଉଁଠାରେ ସେ ତାଙ୍କର ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ ସେହି ବିଦ୍ୟାଳୟ ପରିସର ରେ ପ୍ରଧାନ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଥିଲେ ।
ଏଠାରେ ଉଲେଖ୍ୟ ଯୋଗ୍ୟ ଯେ ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟନ ଗେମ୍ସ ଫାଇନାଲରେ ଚୀନକୁ ୧-୦ ଗୋଲରେ ପରାସ୍ତ କରି ଏକ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଥିଲା। ୧୯୮୨ ମସିହାରୁ ୪୪ ବର୍ଷର ଲମ୍ବା ଅପେକ୍ଷା ପରେ ଭାରତ ମହିଳା ହକିରେ ଏହି ଗୌରବ ହାସଲ କରିଛି। ଏହି ଐତିହାସିକ ବିଜୟ ସହିତ, ଭାରତୀୟ ଦଳ ଲସ୍ ଆଞ୍ଜେଲସ୍ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି। ସୁନେଲିତା ଟପ୍ପୋ ତାଙ୍କ ପ୍ରତିଭା, କଠିନ ପରିଶ୍ରମ ଏବଂ ଅଧ୍ୟବସାୟ ମାଧ୍ୟମରେ ଓଡ଼ିଶା ଏବଂ ଭାରତକୁ ଅନ୍ତର୍ଜାତୀୟ ସ୍ତରରେ ଗୌରବ ଆଣିଛନ୍ତି। ତାଙ୍କର ସଫଳତା ତାଙ୍କ ପରିବାର ପାଇଁ, ସୁନ୍ଦରଗଡ଼ ଏବଂ ସମଗ୍ର ଓଡ଼ିଶା ପାଇଁ ଗର୍ବ ଏବଂ ଆନନ୍ଦ ଆଣି ଦେଇଛି। ଉକ୍ତ ସ୍ୱାଗତ ସମାରୋହ ସମାଜସେବୀ ଯୁଧିଷ୍ଠିର ନାୟକ ଙ୍କ ଅଧ୍ୟକ୍ଷତା ରେ କରାଯାଇଥିଲା । ଏହି ଅବସରରେ ରାଜଗାଙ୍ଗପୁର ବିଧାୟକ, ଲାଞ୍ଜିବେର୍ଣ୍ଣା ପୋଲିସ ଫାଣ୍ଡି ଅଧିକାରୀ ପ୍ରୀତିରଞ୍ଜନ ପରିଡା, ପାଦରୀ ସଞ୍ଜିତ କେରକେଟ୍ଟା, ପାଦରୀ ପିଟର ଡୁଙ୍ଗଡୁଙ୍ଗ, ଉପ-ସରପଞ୍ଚ ଏମାଲଦା ଟପ୍ପୋ, ରାଜୁ ଗଡତିଆ, ସୁଜାତା ଦାସ, କ୍ରିଷ୍ଟୋଫର କେରକେଟ୍ଟା, ସିପ୍ରିଆନ୍ ଟପ୍ପୋ, ବିଜୟ କୁମାର ସାହୁ, ସୁନେଲିତାଙ୍କ ବାପା ସୁରେଶ ଟପ୍ପୋ, ମାତା ନେଲି ସୁନିତା ବାର୍ଲା ଏବଂ ବହୁ ସଂଖ୍ୟକ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ରହି ଥିଲେ ।

ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *