ସମଗ୍ରଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଳାସ୍ତରୀୟ ସେବା ସଂକଳ୍ପ ଅଭିଯାନ ଅନୁଷ୍ଠିତ


କଟକ ତା ୦୬. ୧୦. ୨୦୨୬ରିଖ- ଜିଲ୍ଳାସ୍ତରୀୟ ସେବା ସଂକଳ୍ପ ଅଭିଯାନ-୨୦୨୬ ଅବସରରେ ସମଗ୍ରଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଆଜି ରେଲୱେ ହାଇସ୍କୁଲ ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେବା ଓ ସଂକଳ୍ପକୁ ବ୍ରତ କରିବା ଏବଂ ବିକଶିତ ଓଡିଶାରେ ସାମିଲ ହେବା ଉଦ୍ଦେଶ୍ୟ ନେଇ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ଆମ ରାଜ୍ୟରେ ଶିକ୍ଷା,ସ୍ୱାସ୍ଥ୍ୟ ସହ ବିଭିନ୍ନ କ୍ଷେତ୍ରରେ ବିକାଶ ଘଟିଛି । ବିକଶିତ ଭାରତ ଓ ସମୃଦ୍ଧ ଶସକ୍ତ ଓଡିଶା ଗଠନ ପାଇଁ ରାଜ୍ୟ ସରକାରଙ୍କ ସଫଳ ପ୍ରଶାସନିକ ବ୍ୟବସ୍ଥାରେ ଭିତ୍ତିଭୂମିର ଉନ୍ନତି କରାଯାଉଛି । ଛାତ୍ର ଛାତ୍ରୀମାନେ ଏହାର ସୁଯୋଗ ନେଇ ନୀତି ଓ ଆଦର୍ଶ ସହିତ ବିକଶିତ ଓଡିଶା ଗଠନ ନିମନ୍ତେ ଓ ଦେଶର ବିକାଶ ପାଇଁ ସଂକଳ୍ପବଦ୍ଧ ହୁଅନ୍ତୁ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ମନୋରଞ୍ଜନ ବାରିକ ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷା ଅଧିକାରୀ କୁନ୍ତଳା ଖଟୁଆ, କଟକ ଜିଲ୍ଲା ସମଗ୍ର ଶିକ୍ଷା ଅନୁସୂଚିତ ଜାତି ଜନଜାତି ସଂଯୋଜିକା ଡକ୍ଟର ସୁଚିସ୍ମିତା ମହାନ୍ତି, ଜିଲ୍ଲା ବିଜ୍ଞାନ ନିରୀକ୍ଷକ, ସାଗରିକା ରାଉତ, ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରଞ୍ଜିତା କୁମାରୀ ପ୍ରଧାନ କାର୍ଯ୍ୟକ୍ରମରେ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ଦେବେବ୍ରତ ତ୍ରିପାଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଜିଲ୍ଲାର ସି ଆର୍ ସି ସି ତଥା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ, ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ର ଛାତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *