
କଟକ, ୬ ଅକ୍ଟୋବର:
ଆସନ୍ତା ୮ ଅକ୍ଟୋବରର ରାଜ୍ୟବ୍ୟାପୀ ଓଡ଼ିଶା ବନ୍ଦକୁ ସଫଳ କରିବା ନିମନ୍ତେ ଆଜି କଟକସ୍ଥିତ ଗାନ୍ଧୀ ଭବନଠାରେ INDIA ମେଣ୍ଟର ଓଡ଼ିଶା ବନ୍ଦ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କଟକ ଯୁବ କଂଗ୍ରେସ ସଭାପତି ଆଡଭୋକେଟ୍ ଡ. ବିପ୍ଳବ ଶିଳାଦିତ୍ୟଙ୍କ ଆହ୍ୱାନ ଓ ସଂଯୋଜନାରେ ଏହି ବୈଠକ ଆୟୋଜିତ ହୋଇଥିଲା।
ବୈଠକରେ CPI ନେତା ଶ୍ରୀ କିଶୋର ଜେନା ସଭାପତିତ୍ୱ କରିଥିଲେ। ଆସନ୍ତା ୮ ଅକ୍ଟୋବରରେ ଆହୂତ ଓଡ଼ିଶା ବନ୍ଦକୁ କିପରି ଶାନ୍ତିପୂର୍ଣ୍ଣ ଓ ସଫଳ ଭାବେ ପାଳନ କରାଯିବ, ସେନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହ ରାଜ୍ୟର ବିଭିନ୍ନ ଜନସମସ୍ୟା ଓ ଲୋକଙ୍କ ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।
ବୈଠକରେ INDIA ମେଣ୍ଟର ବିଭିନ୍ନ ଦଳର ସ୍ଥାନୀୟ ନେତା ଓ ପ୍ରତିନିଧିମାନେ ଯୋଗଦେଇ ୮ ଅକ୍ଟୋବର ଓଡ଼ିଶା ବନ୍ଦକୁ ଏକତ୍ରିତ ଭାବେ ସଫଳ କରିବା ପାଇଁ ରଣନୀତି ଓ ପ୍ରସ୍ତୁତି ସମ୍ପର୍କରେ ମତବିନିମୟ କରିଥିଲେ।
ଏହି ଅବସରରେ ଆଡଭୋକେଟ୍ ଅମରେନ୍ଦ୍ର ମହାନ୍ତି, ରାମଚନ୍ଦ୍ର ଗୋଚ୍ଛାୟତ, କର୍ପୋରେଟର ଶ୍ରୀ ସନ୍ତୋଷ ଭୋଳ, ସୀତାକାନ୍ତ ପଣ୍ଡା, ଶିଶିର ରଥ, ଋଷି କାଣ୍ଡି, ପ୍ରସନ୍ନ ମହାପାତ୍ର, ଅଶୋକ ଚାନ୍ଦ, ରାଜେଶ ସ୍ୱାଇଁ, ନାରାୟଣ ଚନ୍ଦ୍ର ଜେନା, କ୍ଷୀରୋଦ ବିଶ୍ୱାଳ, ମିହିର ବିଶ୍ୱାଳ, ଶିବ ଅଗ୍ରୱାଲ, ଶୁଭରଞ୍ଜନ ରାଉତରାୟ, ଅଭିନାଶ ଜେନା, ଲଳିତ ସ୍ୱାଇଁ, ରାହୁଲ ରାଉତ, ଯଶ ଅଗ୍ରୱାଲ, ଅରିଜିତ ରାଉତରାୟ, ସୟଦ୍ ଫଜଲ୍ ଅହମ୍ମଦ, ସଞ୍ଜୟ ପରିଜାଙ୍କ ସମେତ INDIA ମେଣ୍ଟର ବହୁ ସ୍ଥାନୀୟ ନେତା ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ବୈଠକରେ ଉପସ୍ଥିତ ନେତାମାନେ ଜନସାଧାରଣଙ୍କ ସମସ୍ୟା ଓ ଅଧିକାରର ସୁରକ୍ଷା ପାଇଁ ଏକତ୍ରିତ ଭାବେ ସ୍ୱର ଉତ୍ତୋଳନ କରିବା ସହ ଆସନ୍ତା ୮ ଅକ୍ଟୋବରର ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ।