କଟକ : ତା : ୦୪/୧୦/- ଆମ ଅଧିକାର ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଓଡିଶା ପ୍ରଦେଶ କଂଗ୍ରସ ସଭାପତି ଶ୍ରୀ ଭକ୍ତ ଚରଣ ଙ୍କ ଆହ୍ୱାନ ରେ ଆସନ୍ତା ୮ ତାରିଖ ଓଡିଶା ବନ୍ଦ ଆହ୍ୱାନ ଦିଆଯାଇଛି l ଏହି ବନ୍ଦ ପାଳନ କୁ କଟକ ରେ ସଫଳ କରିବାକୁ କଟକ ନଗର କଂଗ୍ରେସ ର ପ୍ରାକ୍ତନ ମୁଖପାତ୍ର ତଥା କଟକ-ଚୌଦ୍ୱାର ନିର୍ବାଚନ ମଣ୍ଡଳୀର ମୁଖ୍ୟ ସଂଯୋଜକ ଶ୍ରୀ ମାନସ ପରିଡା ଙ୍କ ଆବାହକତ୍ୱରେ ଏକ ପ୍ରସ୍ତୁତି ବୈଠକ ଓଏମପି ଡ଼ାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି l ମାନସ ପରିଡାଙ୍କ ଅଧ୍ୟକ୍ଷତା ରେ ହୋଇଥିବା ଏହି ପ୍ରସ୍ତୁତି ବୈଠକ ରେ ପିସିସି ପକ୍ଷରୁ ପର୍ଯ୍ୟବେକ୍ଷକ ଭାବରେ ସତ୍ୟଜିତ ପଟ୍ଟନାୟକ, ସହ ପର୍ଯ୍ୟବେକ୍ଷକ ଅଜୟ କୁମାର ସାହୁ ଯୋଗଦେଇ ବନ୍ଦ ପାଳନ ର ସମ୍ପୂର୍ଣ୍ଣ ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ l ବିଶେଷ କରି ସଂଶୋଧିତ ନୂତନ ଖଣି ନୀତି କୁ ରଦ୍ଦ କରିବା,ଏସ.ଆଇ.ଆର ପ୍ରତ୍ୟାହାର ଓ ସିଇସି ଜ୍ଞାନେସ କୁମାର ଙ୍କ ବହିଷ୍କାର ଓ ଗିରଫ କରିବା,ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଇସ୍ତଫା, ବନ୍ୟା ବିପତ୍ତି ପ୍ରତି ସରକାର ଉଦାସୀନତା,ଇତ୍ୟାଦି ପ୍ରସଙ୍ଗ କୁ ନେଇ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ବ୍ଲକ ର ସମସ୍ତ ସହଯୋଗୀ ଦଳ କୁ ନେଇ ଏ ବନ୍ଦନ ପାଳନକୁ କଟକ ରେ ସଫଳ କରିବାକୁ ବୈଠକ ରେ ନିଷ୍ପତ୍ତି ନିଆଯାଇଥିଲା l ଏହି ବୈଠକରେ ପିସିସି ସାଧାରଣ ସମ୍ପାଦକ ହରିଶଙ୍କର ରାଉତ, ମୁଖପାତ୍ର ଅଶୋକ କୁମାର ସ୍ୱାଇଁ, ବାରବାଟୀ ନିର୍ବାଚନମଣ୍ଡଳୀ ମୁଖ୍ୟ ସଂଯୋଜକ ଜଗନ୍ନାଥ ସାହୁ,ଜିଲ୍ଲା କଂଗ୍ରେସ ପ୍ରାକ୍ତନ ସାଧାରଣ ସମ୍ପାଦକ ତଥା ଯୁବନେତା ସୁକାନ୍ତ ଚନ୍ଦ୍ର ସାହାଣି,ପ୍ରାକ୍ତନ କର୍ପୋରେଟର ରମଜାନଖାନ ଓ ପ୍ରଶାନ୍ତ ଭୋଇ, ପିସିସି ସମ୍ପାଦକ ପ୍ରଦୀପ ପ୍ରଧାନ, ନଗର କଂଗ୍ରେସ ସାଧାରଣ ସମ୍ପାଦକ ତଥା ବରିଷ୍ଠ କଂଗ୍ରେସ ନେତା ନିର୍ମଳ ସ୍ୱାଇଁ,ଅଶୋକ ନାୟକ,ଓ ପ୍ରଦୀପ ପ୍ରଧାନ,ବ୍ଲକ ସଭାପତି ଅଲେଖ ଚନ୍ଦ୍ର ବେହେରା, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ବିଶ୍ୱରଂଜନ ଜେଠୀ,ଜିଲା କଂଗ୍ରେସ ପ୍ରାକ୍ତନ ସମ୍ପାଦକ ଦିଲ୍ଲୀପ ଦଳାଇ ଓ ସଚ୍ଚିଦାନନ୍ଦ ରାଉତ, ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ଶେଖ ଜାଫର,ଓବିସି ନେତା ପ୍ରତ୍ୟୁଷ ସାହୁ,ଆଡ଼ଭୋକେଟ ପ୍ରଦୋଷ ଦାସ,ଯୁବ କଂଗ୍ରେସ କର୍ମକର୍ତ୍ତା ଦୀପକ ସାହୁ,ଲିପୁଲ ରାଉତ,ସ୍ବପ୍ନ କୁମାର ସ୍ୱାଇଁ,ଛାତ୍ରନେତା ଜଗନ ସାହୁ ଓ ସୁନୀଲ ଜେନା,ବରିଷ୍ଠ କର୍ମୀ ସିଦ୍ଧାର୍ଥ ଶଙ୍କର ଦାସ, ନାରୀନେତ୍ରୀ ଉଷାରାଣୀ ଦାସ, ପିଙ୍କି ସିଂ,ଶେଖ ସବୀର, ଆଲୋକ ମହାନ୍ତି, ଶ୍ରମିକ ନେତା ଲକ୍ଷ୍ମୀଧର ଶରଣ, ଜୟନାରାୟଣ ତ୍ରିପାଠୀ, ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ l ବନ୍ଦ ପାଳନ ସମୟରେ ଆମ୍ବୁଲାନ୍ସ ସେବା, ଜରୁରୀ କାଳିନ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଯାଉଥିବା ଗାଡି କୁ କୌଣସି ବାଧା ସୃଷ୍ଟି କରାଯିବାନାହିଁ, ଶାନ୍ତି ପୂର୍ଣ୍ଣ ଭାବରେ ଏହି ବନ୍ଦନା କୁ ସଫଳ କରିବାକୁ ନିବେଦନ କରାଯାଇଥିଲା l