ବିଶ୍ଵ ଶିକ୍ଷକ ଦିବସ✍️ ୫ ଅକ୍ଟୋବର5th Oct.: World Teachers’ Day


( କବି ଶ୍ରୀ ଶମ୍ଭୁନାଥ ଦାସ, ଯାଜପୁର )
~~~
ଯେଉଁଠାରେ ଥାଏ ସର୍ବୋଚ୍ଚ ସମ୍ମାନ
ତାହା ଶିକ୍ଷକ ସମାଜ,
ପିତା-ମାତା ତୁଲ୍ୟ ସ୍ନେହ ଶ୍ରଦ୍ଧା ପ୍ରୀତି
ହୃଦେ ରହିଥାଏ ସଜ ।

ମଣିଷ ତିଆରି କାରଖାନା ସତେ
ଗୁରୁକୁଳ ବିଦ୍ୟାଳୟ,
ଗୁରୁଜୀ ଅଟନ୍ତି ନିର୍ମାତା ବା ଯନ୍ତ୍ରୀ
କୌଶଳ ଯେ’ ଅତିଶୟ ।

ଗୁରୁ ବୁଦ୍ଧି ବଳେ ସୃଷ୍ଟି ବିଦ୍ୟାଳୟେ
ଯେ’ ଡାକ୍ତର ବୈଜ୍ଞାନିକ,
ଇଞ୍ଜିନିୟର କି ଦାର୍ଶନିକ ସାଥେ
ଅସଂଖ୍ୟ ଦେଶସେବକ ।

ଶିକ୍ଷକ ସମାଜ ନୀତି-ଆଦର୍ଶରୁ
ଯଦି ହେବେ କକ୍ଷଚ୍ୟୁତ,
ବ୍ୟବସ୍ଥା ବିଧାନ ହୋଇବ ବିଷମ
ଦେଶ ହେବ ଅସ୍ତବ୍ୟସ୍ତ ।

ଶ୍ରଦ୍ଧା ଭକ୍ତି ପ୍ରୀତି ଶୁଭେଚ୍ଛା ସୌହାର୍ଦ୍ଦ୍ୟେ
ବିଶ୍ଵ ଶିକ୍ଷକ ଦିବସ ,
ଆଦର ସମ୍ମାନ ଲଭନ୍ତୁ ଶିକ୍ଷକ
ସମାଜ ହେଉ ସରସ ।

ଶିକ୍ଷା ସଂସ୍କୃତୀୟ ବିଶ୍ବ ଜାତିସଂଘ
ଶିକ୍ଷୟିତୃତ୍ବ ସ୍ବୀକୃତ,
ଊନ୍ନବିଂଶ ଶତ ଚୌରାନବେ ବର୍ଷୁ
ଏହି ଦିବସ ପାଳିତ ।

ସୁସ୍ଥ ସମାଜର ଗଠନ ନିମନ୍ତେ
ଶିକ୍ଷା ନୀତି ଓ ଆଦର୍ଶ,
ହେଉ ଶୁଭଂକର ଶ୍ରଦ୍ଧା-ଶୁଭେଚ୍ଛାରେ
ଭାଳେ ଶମ୍ଭୁନାଥ ଦାସ ।

ଶମ୍ଭୁନାଥ ଦାସକୋଲକାତା
Jatiya Pragati Abhiyan (Society)

Leave a Reply

Your email address will not be published. Required fields are marked *