ଓଡ଼ିଶା ର ସର୍ବଶେଷ୍ଠ ପାଠାଗାର ବିଶ୍ୱନାଥ ପାଠାଗାର ସ୍ଥାପନ କ୍ଷେତ୍ରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଦାନ

କଟକ : କଟକ ବାଦାମବାଡ଼ି ଠାରେ ନିଗମ ପକ୍ଷରୁ ସ୍ଥାପନ କରାଯାଇଥିବା ଓଡ଼ିଶା ର ସର୍ବଶେଷ୍ଠ ପାଠାଗାର ବିଶ୍ୱନାଥ ପାଠାଗାର ସ୍ଥାପନ କ୍ଷେତ୍ରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଦାନ ରହିଛି । ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏହି ପାଠାଗାର ପାଈ ବାଦାମବାଡି ଠାରେ ତିନି ଏକର ରୁ ଉର୍ଦ୍ଧ୍ୱ ଜମି ଏବଂ ୩୦ କୋଟି ଟଙ୍କା ଅର୍ଥ ପ୍ରଦାନ କରିଥିଲେ । ଖୁବ୍ ନିକଟରେ ଏହି ପାଠାଗାର କର୍ଯ୍ୟଖମ୍ ହେବାକୁ ଯାଉଛି । ପାଠାଗାର କୁ ବାର୍ଷିକ ପରିଚାଳନା ଖର୍ଚ୍ଚ ଦୁଇ କୋଟି ରୁ ଉର୍ଦ୍ଧ୍ୱ ଟଙ୍କା । ଏହି ଟଙ୍କାକୁ ରାଜ୍ୟ ସରକାର ବହନ କରିବା ପାଇଁ ମହାନଗର ନିଗମର ମେୟର ସୁବାସ ସିଂ ରାଜ୍ୟ ସରକାର ଙ୍କୁ ଅନୁରୋଧ ଜଣାଇ ଛନ୍ତି। ଶ୍ରୀ ସିଂ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ସାମ୍ବାଦିକ ମାନକୁ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଲେ ବିଶ୍ୱନାଥ ପାଠାଗାର ରାଜ୍ୟର ସର୍ବ କୋଷ୍ଠ ପାଠାଗାର ବର୍ତ୍ତମାନ ଏହି ପାଠାଗାର ପାଈ ୧୦୬୭ ଜଣ ପଞ୍ଜୀକରଣ ପାଇଁ ଆବେଦନ କରିଛନ୍ତି । ମାସିକ ୨୦୦ ଟଙ୍କା ଏବଂ ୬ମାସ କୁ ୧୨୦୦ ଟଙ୍କା ଅର୍ଥାତ୍ ଦୈନିକ ୬.୬୭ ପଇସା ଖର୍ଚ୍ଚରେ ଛାତ୍ର ଛାତ୍ରୀ ମାନେ ଏହି ସୁବିଧା ପାଇଁ ପାରିବେ । ଲାଇବ୍ରେରୀ ଶୁଳ୍କ କୁ ଛଡା କରିବା ପାଇଁ ନିଗମ ର କୌଣସି କ୍ଷମତା ନାହିଁ ,କେବଳ ରାଜ୍ୟ ସରକାର ଶୁଳ୍କ ଛାଡ କରି ପାରିବେ । ଏଣୁ ରାଜ୍ୟ ସରକାର ବିଶ୍ୱନାଥ ପଣ୍ଡିତ ପାଠାଗାର ପାଈ ବାର୍ଷିକ ଖର୍ଚ୍ଚ ଦୁଇ କୋଟି ଟଙ୍କା ସରକାର ବହନ କରି ପାଠାଗାର କୁ ଦେଇମୁକ୍ତ କରିବା ପାଇଁ ମେୟର ଆଜି ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ ରେ ଡେପୁଟି ମେୟର ଦମୟନ୍ତୀ ମାଝି, ସ୍ତାଣ୍ଡିଂ କମିଟି ର ଚେୟାର ମ୍ୟାନ ମୋନାଲିସା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।ସୂଚନାଯୋଗ୍ୟ କି ଲାଇବ୍ରେରୀ ଫି ସମ୍ପୂର୍ଣ ଛାଡ଼ କରିବା ପାଇଁ ଗତ ସପ୍ତାହ ରେ ଛାତ୍ରଛାତ୍ରୀ ମାନେ ବିକ୍ଷୋଭ କରିଥିଲେ

Leave a Reply

Your email address will not be published. Required fields are marked *