ଉପଖଣ୍ଡସ୍ତରୀୟ ସଂସ୍କୃତ ଦିବସ ପାଳିତ


ବାରିପଦା/ଉଦଳା ତା୦୪/୧୦/୨୦୨୬ (କ ବ୍ଯୁ) : କପ୍ତିପଦା ଉପଖଣ୍ଡସ୍ତରୀୟ ସଂସ୍କୃତ ଦିବସ ମହାସମାରୋହରେ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାରେ ଅକ୍ଷୟ କୁମାର ଦାସ ସଭାପତିତ୍ୱ କରିଥିବା ବେଳେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଶ୍ରୀମାନ ଉଦ୍ଧବ ଚନ୍ଦ୍ର ନାୟକ । ବେଦ ପାଠ କରିଥିଲେ ରାମଚନ୍ଦ୍ର ସାହୁ । ଏହା ପରେ ସ୍ୱାଗତ ସଙ୍ଗୀତ ପରିବେଷଣ ପିଏମଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ କରିଥିଲେ । ତତସହିତ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଗୀତାଞ୍ଜଳୀ ପଣ୍ଡା । ମୁଖ୍ୟବକ୍ତା ଭାବରେ ଶ୍ରୀମତୀ ପ୍ରମିଳା ପଣ୍ଡା ସଂସ୍କୃତ ଭାଷାର ଜାତୀୟ ସ୍ତରରେ ବ୍ୟାପକତା ପାଇଁ ବାଖ୍ୟା କରିଥିଲେ । ମୁଖ୍ୟ ଅତିଥି ଭାବରେ ମନୋରଞ୍ଜନ ଦାସ ସମସ୍ତେ ସରଳ ଭାବରେ କିପରି ସଂସ୍କୃତ ଭାଷାରେ କଥୋପକଥନ କରିପାରିବେ ସେଥିପାଇଁ ସୂଚନା ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଉତ୍ପଳ ଅଧିକାରୀ ସଂସ୍କୃତର ମହତ୍ତ୍ୱ ଗୁରୁତ୍ୱ ଦେଶ ବିଦେଶରେ ଏହାର ପ୍ରଚାର ପ୍ରସାର ଜରୁରୀ ବୋଲି ମତ ରଖିଥିଲେ । ଅନ୍ୟତମ ବକ୍ତା ଭାବରେ ଶ୍ରୀଯୁକ୍ତ ଶ୍ରୀକାନ୍ତ ରାଉତ ସଂସ୍କୃତର ମହନୀୟତାକୁ ବାଖ୍ୟା କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଚର୍ତୁଭୁଜ ବାରିକ ମଧ୍ୟ ତାଙ୍କର ବକ୍ତବ୍ୟରେ ସଂସ୍କୃତର ମହନୀୟତାକୁ ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ହେମନ୍ତ ପାଣିଗ୍ରାହୀ, ସମ୍ପାଦକ ଶ୍ରୀମତୀ ଗୀତାଞ୍ଜଳି ନାୟକ ବହୁତ ସୁନ୍ଦର ଭାବରେ ସଂପାଦନା କାର୍ଯ୍ୟ କରିଥିଲେ । ଶ୍ରୀମତୀ ସବିତା ମୁର୍ମୁ, ବାବୁରାମ ଜେନା, ସହଦେବ ସାର, ପ୍ରତାପ ସାର, ଅନ୍ନପୂର୍ଣ୍ଣା ଦିଦି, ନିରଞ୍ଜନ ସାର, ରଜତ କୁମାର ପଣ୍ଡା ଉପସ୍ଥିତ ଥିଲେ । ସର୍ବଶେଷରେ ଉଦ୍ଧବ ଚନ୍ଦ୍ର ନାୟକ ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *