
ଚଣ୍ଡିଖୋଲ ୪/୧୦(କୁ.ବ୍ୟୁ ) (ପ୍ରଶାନ୍ତକୁମାରଜେନାଙ୍କରିପୋର୍ଟ) ଆସନ୍ତା ୮ତାରିଖ ଦିନ କେନ୍ଦ୍ର ଓ ରାଜ୍ୟ ବିଜେପି ସରକାର ଙ୍କ ଦୁର୍ନୀତି, ଅନ୍ୟାୟ, ଭୋଟ ଚୋରି ଓ ଗୁଣ୍ଡାରାଜ ବିରୁଦ୍ଧରେ ମିଳିତ ବିରୋଧୀ ଦଳ କଂଗ୍ରେସ ନେତୃତ୍ୱ ରେ ଭାରତ ବନ୍ଦ ଡାକରା ଦେଇଛି। ଏହି ବନ୍ଦ କୁ ସଫଳ କରିବାକୁ ଆଜି ବଡ଼ଚଣା କଂଗ୍ରେସ ନେତା ସନ୍ତୋଷ ବଳ ଙ୍କ ଡାକରା ରେ ଏକ ପ୍ରସୂତି ବୈଠକ ଚଣ୍ଡିଖୋଲ ସ୍ଥ ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟାଳୟ ଠାରେ ଶୁଙ୍ଗୁଡ଼। ପଞ୍ଚାୟତ ପୂର୍ବତନ ସଭାପତି ଶରତ ଚନ୍ଦ୍ର ଜେନା ଙ୍କ ସଭାପତି ତ୍ବ ରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଭାବେ କଂଗ୍ରେସ ନେତା ସନ୍ତୋଷ ବଳ ଯୋଗଦେଇ ନିଜର ବକ୍ତବ୍ୟ ରେ କେନ୍ଦ୍ର, ରାଜ୍ୟ ଓ ବଡ଼ଚଣା ରେ ସରକାରୀ ଦଳ ପକ୍ଷରୁ ଯେଉଁ ଦୁର୍ନୀତି ଓ ଅନ୍ୟାୟ ହେଉଛି ତାକୁ ବିରୋଧ କରି କଂଗ୍ରେସ ସମେତ ମିଳିତ ବିରୋଧୀ ଦଳ ମାନେ ଯେଉଁ ଭାରତ ବନ୍ଦ ଡାକରା ଦେଇଛନ୍ତି ତାକୁ ସଫଳ କରିବାକୁ ବଡ଼ଚଣା ର ସମସ୍ତ କଂଗ୍ରେସ କର୍ମୀ ମାନେ ଏକାଠି ହେଵାଦରକାର। ଏଣୁ ଆସନ୍ତା ୮ତାରିଖ ରେ ଶୁଙ୍ଗୁଡ଼l ପଞ୍ଚାୟତ କଂଗ୍ରେସ ନେତୃତ୍ୱ ରେ ଆମ୍ଭେମାନେ ଏକାଠି ହେବାକୁ ଶ୍ରୀ ବଳ କର୍ମୀ ମାନଙ୍କୁ କହିଥିଲେ। ଏହି ବୈଠକ ରେ ପୂର୍ବତନ ବ୍ଲକ ସଭାପତି ନିରଞ୍ଜନ ସାହୁ ସଭା ପରିଚାଳନା କରିଥିଲେ। କଂଗ୍ରେସ ବରିଷ୍ଠ କର୍ମୀ ସଂଗ୍ରାମ ଜେନା, ନୀଳକଣ୍ଠ ମିଶ୍ର, ଯୋଗେନ୍ଦ୍ର ନାୟକ, ଶକ୍ତିରଞ୍ଜନ ରାଉତ, ପ୍ରଫୁଲ ପ୍ରଧାନ, ମାନଗୋବିନ୍ଦ ଦାଶ, ମନମୋହନ ରାଉତ, ନାଳୀନକାନ୍ତ ଜେନା, ପ୍ରଭୁଦତ୍ତ ଜେନା, ରବୀନ୍ଦ୍ର ଜେନା, ବିନୋଦ ଜେନା, ପ୍ରମୁଖ ବକ୍ତବ୍ୟ ରଖି ଆସନ୍ତା ୮ତାରିଖ ଭାରତ ବନ୍ଦ କୁ ସଫଳ କରି ସନ୍ତୋଷ ବଳ ଙ୍କ ହାତମୁଠା କୁ ଟାଣ କରିବାକୁ ମତ ରଖିଥିଲେ। ଅନ୍ୟମା ନ ଙ୍କ ମଧ୍ୟରେ ଦୁର୍ୟୋଧନ ଜେନା, ସୁଶାନ୍ତ ସାହୁ, ସନାଉଲ୍ଲା ଖାନ, ଦୟାନିଧି ଜେନା, କାର୍ତ୍ତିକ ଜେନା, ରତିକାନ୍ତ ଜେନା, ସୁଧାଂଶୁ ନାୟକ, ଶୁଭେନ୍ଦୁ ମହାନ୍ତି, ସନ୍ତୋଷ ଦଳେଇ, ବିପିନ ବିହାରୀ ଭୂୟାଁ, ପ୍ରମୁଖ ଶତାଧିକ କର୍ମୀ ଯୋଗଦେଇ ଆସନ୍ତା ଭାରତ ବନ୍ଦ କୁ ସଫଳ କରିବାକୁ ମତାମତ ଦେଇଥିଲେ। ଶେଷରେ ଇଶ୍ୱର ଚନ୍ଦ୍ର ସାମଲ ଧନ୍ୟବାଦ ପ୍ରଦାନ କରିଥିଲେ।