କଟକ :ତା :୦୩/୧୦/- ଯାଜପୁର ଜିଲ୍ଲାର ୧୬ମାସର କୁନି ଝିଅ ତ୍ରିଶିକାମଣି ରାୟ ଙ୍କ ଜୀବନ ବଞ୍ଚାଇବା ପାଇଁ ସାହାଯ୍ୟର ହାତ ବଢ଼ାଇଛି କଟକ ର “ମା କଟକ ଚଣ୍ଡୀ ସେବା ଟ୍ରଷ୍ଟ ” ସ୍ପାଇନାଲ ମସ୍କୁଲାର ଆଟ୍ରଫି ଟାଇପ -୨ ରୋଗରେ ପୀଡିତ ତ୍ରିଶିକାର ଚିକିତ୍ସା ପାଇଁ ଷୋହଳ କୋଟି ଟଙ୍କାର ଆବଶ୍ୟକ ହେଉଥିବାରୁ ତାଙ୍କ ପରିବାର ଲୋକ ସାହାଯ୍ୟ ପାଇଁ ନିବେଦନ କରିଥିଲେ l ଏହି ଅବସରରେ ଚଳିତ ବର୍ଷ ମା କଟକ ଚଣ୍ଡୀ ସେବା ଟ୍ରଷ୍ଟ ପକ୍ଷରୁ ହେଉଥିବା ଗଣେଶ ଭସାଣି କୁ ଆଡମ୍ବରରେ ନକରି ସେହି ପଇସା କୁ ସେହି କୁନି ଝିଅର ଚିକିତ୍ସା ପାଇଁ ତାଙ୍କ ପାରିବାରକୁ ୫୦ ହଜାର ଟଙ୍କାର ଚେକ ପ୍ରଦାନ କରିଛନ୍ତି ମା କଟକ ଚଣ୍ଡୀ ସେବା ଟ୍ରଷ୍ଟ ର କର୍ମକର୍ତ୍ତମାନେ l ଟ୍ରଷ୍ଟ ର ଏପରି ମହାତକାର୍ଯ୍ୟ ପାଇଁ କଟକ ସହରର ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି l