ଉଦଳା ସଚେତନ ନାଗରିକ ମହାମଞ୍ଚ ତରଫରୁ  ପ୍ରାକୃତିକ ଚିକିତ୍ସା ଶିବିର ୪ଦିନ ହୋଇ ଉଦଯାପିତ ହୋଇଯାଇଛି।


  ​ବାରିପଦା /ଉଦଳା,  ତା୦୩/୧୦/୨୦୨୬ (କ: ବ୍ଯୁ)ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ  ଉଦଳା ସଚେତନ ନାଗରିକ ମହାମଞ୍ଚ  ତରଫରୂ ପ୍ରାକୃତିକ ଉପାୟରେ  ଚିକିତ୍ସା ସହିତ ସ୍ବାସ୍ଥ୍ୟ ପରୀକ୍ଷା  ପ୍ରାଥମିକ ଶିକ୍ଷକ ସଂଘ କାର୍ଯ୍ୟାଳୟ ପରିସରରେ ତା୩୦/୦୯/୨୦୨୬ ରୁ ଆରମ୍ଭ ହୋଇ ତା୦୩/୧୦/୨୦୨୬ରିଖ ଆଜି ଶନିବାର ସମାପ୍ତ ହୋଇଛି। ଉଦଳା ଆଖପାଖରୁ ୨୦୦ରୁ ଅଧିକ ବ୍ୟକ୍ତି ପରୀକ୍ଷା କରି ରୋଗ ର କାରଣ ଓ ନିରାକରଣ ବ୍ୟବସ୍ଥାରେ ନିଜ ଅଞ୍ଚଳର ବାଡ଼ି ବଗିଚାର ପତ୍ର, ଫୁଲ।,ଫଳ,ଚେରରୁ  ସଠିକ ଅନୁପାନରେ ସେବନ କରିବା ସହିତ ଗୋମାତା ର ମଳମୁତ୍ର ରୁ ବହୁ ଜୀବନ ରକ୍ଷାକାରୀ ଔଷଧ ମାନ ପ୍ରସ୍ତୁତ କରି ପ୍ରଦାନ କରାଯାଇଥିଲା ।  ସୁସ୍ଥ ଜୀବନ ପାଇଁ ପ୍ରକୃତିରୁ ମିଳୁଥିବା ଦାନ ଆମକୁ ଆରୋଗ୍ୟ ସହିତ ଉନ୍ନତ ଜୀବନଶୈଳୀରେ ବଂଚିବା ପାଇଁ ସହାୟକ ହୋଇଥାଏ । ସୁସ୍ଥ ଓ ସନ୍ତୁଳିତ ଜୀବନ ପାଇଁ ପ୍ରାକୃତିକ ସ୍ବାସ୍ଥ୍ୟପଦ୍ଧତି ମୁନି ଋଷି ସମୟ ରୂ ହୋଇଆସୁଛି  ।ଏହାକୁ ଆଧାର କରି ବୈଜ୍ଞାନିକ ପଦ୍ଧତିରେ ‌ମଣିଷର ସମସ୍ତ ଅଙ୍ଗ ର କାର୍ଯ୍ୟ ଦକ୍ଷତା ଓ ତାର ନିରାକରଣ ଉପରେ ବୈଦ୍ୟରାଜ – ସମ୍ପଦ କୁମାର ଜେନା ମତବ୍ୟକ୍ତ କରିଥିଲେ ।ପ୍ରାକୃତିକ ସ୍ବାସ୍ଥ୍ୟ ପଦ୍ଧତିରେ  ଚିକିତ୍ସା ଦ୍ବାରା ପାର୍ଶ୍ଵପ୍ରତିକ୍ରିୟ
  ହୋଇନଥାଏ ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *