କୋଲନରା ପଲିଟିଗୁଡାରେ ଇଣ୍ଡିଆ ମେଣ୍ଟ ବୈଠକ, ମୂର୍ତ୍ତୀ ମିନିଆକାଙ୍କୁ ଅଖିଳ ଭାରତୀୟ କୃଷକ ମହାସଭା କେନ୍ଦ୍ର କମିଟିକୁ ମନୋନୀତ


ରାୟଗଡା (ତପନ କୁମାର କାଡ୍ରାକା )ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ପଲିଟିଗୁଡା ହାଟପଦା ଠାରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଅକ୍ଟୋବର ୨ ରୁ ୮ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବା ନେଇ ଏହି ବୈଠକରେ ଆଲୋଚନା କରାଯାଇଛି।ବୈଠକରେ ନିଷ୍ପତ୍ତି ହୋଇଛି ଯେ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଅବିଳମ୍ବେ ବହିଷ୍କାର ଓ ଗିରଫ କରିବା, ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ତୁରନ୍ତ ବନ୍ଦ କରିବା, ଭୁଲରେ ବାଦ୍ ପଡିଥିବା ଲୋକଙ୍କ ଭୋଟ ଅଧିକାର ପୁନଃ ସ୍ଥାପିତ କରିବା, ନିର୍ବାଚନ ଆୟୋଗର ସ୍ୱାଧୀନ ଓ ଗଣତାନ୍ତ୍ରିକ କାର୍ଯ୍ୟପ୍ରଣାଳୀ ପୁନଃସ୍ଥାପିତ କରିବା ଏବଂ ସୁପ୍ରିମକୋର୍ଟ ପ୍ରସ୍ତାବିତ ଚୟନ କମିଟି (ପ୍ରଧାନମନ୍ତ୍ରୀ, ବିରୋଧୀ ନେତା ଓ ପ୍ରଧାନ ବିଚାରପତି) ଦ୍ୱାରା ନିର୍ବାଚନ କମିଶନର ନିଯୁକ୍ତି ଦାବିରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି।ଅନ୍ୟପଟେ କୋଲନରା ବ୍ଲକ କମିଟି ପକ୍ଷରୁ ସୂଚନା ଦିଆଯାଇଛି ଯେ, ପଞ୍ଜାବର ଜଳନ୍ଧର ଠାରେ ଅନୁଷ୍ଠିତ ସର୍ବଭାରତୀୟ ସମ୍ମିଳନୀରେ ମୂର୍ତ୍ତୀ ମିନିଆକାଙ୍କୁ ଅଖିଳ ଭାରତ କୃଷକ ମହାସଭା (AIKM) ର କେନ୍ଦ୍ର କମିଟି ସଭ୍ୟ ରୂପେ ମନୋନୀତ କରାଯାଇଛି। ଏଥି ପାଇଁ ସିପିଆଇ (ଏମ୍ଏଲ୍) ଲିବରେସନ କମିଟି ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି।ଏହି ବୈଠକରେ ରାମଚନ୍ଦ୍ର ପ୍ରାସ୍କା, ମେଦିରି ଗରଡ଼ିଆ, ଆଚାନା ମଣ୍ଡାଗିଂ, ଅଷ୍ଟମ ଉଲକା, ତ୍ରିନାଥ ହିକକା, ଆଶ୍ରୀଗା ଅଟକା, ପ୍ରକାଶ ହିକକା, କୃଷ୍ଣ ତାଡିଙ୍ଗି, ସୁଦୁଂରୁମଣି ମିଣିଆକା, ରାଜେନ୍ଦ୍ର ମିଣିଆକା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *