

କଟକ : ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶାରଦୀୟ ଦୁର୍ଗାପୂଜା ( ଦଶହରା ) ଭସାଣ ଉତ୍ସବ ଅବସରରେ ହିନ୍ଦୁସେନା କଟକ ପୂର୍ବାଞ୍ଚଳ ପକ୍ଷରୁ କଟକ ଓ. ଏମ. ପି ଛକ ପାରଳା ମହାରାଜ ପାର୍କ ନିକଟରେ ସମ୍ବର୍ଦ୍ଧନା ମଞ୍ଚ କରିବା ଉଦ୍ଦେଶ୍ୟରେ ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ବର୍ଦ୍ଧନା ସଭା ମଞ୍ଚ ଜରିଆରେ କଟକ ପୂର୍ବାଞ୍ଚଳ ର ସମସ୍ତ ମେଢ଼କୁ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିବା ସହିତ ପୂଜା କମିଟି ସଭାପତି ଓ ସମ୍ପାଦକ , ପ୍ରଶାସନିକ ଅଧିକାରୀ, ସାହି ମୁରବି ଓ ଅନ୍ୟ ମାନ୍ୟ ଗଣ୍ୟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରିଯିବା ପାଇଁ ସ୍ଥିର କରାଯାଇଛି ।
ଏହି ପ୍ରସ୍ତୁତି ବୈଠକ ହିନ୍ଦୁସେନା କଟକ ପୂର୍ବାଞ୍ଚଳ ସଭାପତି ସୁଜିତ ଦାସଙ୍କ ନେତୃତରେ ଆୟୋଜିତ କରାଯାଇଛି । ଏଥିରେ ସଂଗଠନ ର ବରିଷ୍ଠ ସଦସ୍ୟ ଅଶୋକ ମହାପାତ୍ର, ସମୀର ଲାଲା, ରବୀନ୍ଦ୍ରନାଥ ଓଝା,ସବିତା ଦାଶ,ମାନସ ବସ୍ତିଆ, ବିକି ସାହୁ, ରାକେଶ ରାୟ, ରଞ୍ଜନ ପ୍ରଧାନ, ଦେବାଶିଷ ସାହୁ, ଜିତେନ୍ଦ୍ର ବେହେରା,ମୃତ୍ୟଞ୍ଜୟ ପାତ୍ର,ଅମିତ ସ୍ୱାଇଁ, କୃଷ୍ଣଚନ୍ଦ୍ର ବେହେରା,ରାଜେଶ ସାହୁ, ଦୀପକ ବିଶ୍ୱାଳ,ଦକ୍ଷ ଲେଙ୍କା ଓ ଲକ୍ଷ୍ମୀକାନ୍ତ ନାୟକ ଉପସ୍ଥିତ ଥିଲେ।