

କଟକ : YMCA ଏବଂ well being ଆନୁକୂଲ୍ୟରେ ଆଜି Y. M. C. A ପରିସରରେ ଆଇ. ଏମ. ଏ. କଟକ ଶାଖା, ଏସ. ସି. ବି. ମେଡିକାଲ କଲେଜ ଓ ୱାକର୍ସ୍ କ୍ଲବ ର ସହଯୋଗ ରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ୱାସ୍ଥ୍ୟ ହିଁ ସମ୍ପଦ ଏହି ବିଷୟ ବସ୍ତୁ କୁ ନେଇ ଶିବିର ଅନୁଷ୍ଠିତ ହୋଇଥିଲା। ବହୁ ଅଭିଜ୍ଞ ଚିକିତ୍ସକ ମାନଙ୍କ ଦ୍ୱାରା ରକ୍ତ ପରୀକ୍ଷା, ବ୍ଲଡ଼ ସୁଗାର, ଚକ୍ଷୁ, ଇ. ସି. ଜି., ଲିଭର ପରୀକ୍ଷା, କିଡ଼ନୀ ପରୀକ୍ଷା, ଏବଂ ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା କରାଯାଇଥିଲା। ଚିକିତ୍ସକ ମାନେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ। କେତେକ ରୋଗୀ ମାନଙ୍କୁ ମାଗଣା ରେ ଔଷଧ ବିତରଣ କରାଯାଇଥିଲା। ଆଜି ସ୍ୱାସ୍ଥ୍ୟ ଶିବିର ରେ ପ୍ରାୟ ୩୦୦ ରୁ ଉର୍ଦ୍ଧ୍ୱ ଲୋକ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ ମେୟର ଶ୍ରୀ ସୁବାଷ ସିଂ ଆନୁଷ୍ଠାନିକ ଭାବରେ ସ୍ୱାସ୍ଥ୍ୟ ସେବା ଶିବିର କୁ ଉଦଘାଟନ କରି କହିଲେ YMCA ପକ୍ଷରୁ ଏହି ଭଳି ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନକୁ ପ୍ରଶଂସା କରିଥିଲେ। ମେୟର ଶ୍ରୀ ସିଂ କହିଲେ ଲୋକମାନେ ନିୟମିତ ଭାବରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବାର ଆବଶ୍ୟକତା ରହିଛି। ଯାହାଫଳ ରେ ଲୋକ ମାନେ ସୁସ୍ଥ ସବଳ ରହିପାରିବେ। ଏହି ଶିବିର ପରିଚାଳନାରେ
Y. M. C. A ର ସଭାପତି ଶ୍ରୀ ରାଜବଲ୍ଲଵ ମହାନ୍ତି ଅନ୍ୟତମ ଅତିଥିଭାବେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ରାଟାରୀୟାନ ଆଲୋକ ସାହୁ ସ୍ୱାଗତ ଭାଷଣ ଦେଇଥିଲେ। ବିଶିଷ୍ଟ ଚିକିତ୍ସକ ଡ଼. ଜୟନ୍ତ ପଣ୍ଡା ଙ୍କର ନେତୃତ୍ୱ ରେ ଶିବିର ପରିଚାଳିତ ହୋଇଥିଲା।