ଆଇସିଏଆର–ସିଆରଆରଆଇରେ ରପ୍ତାନିମୁଖୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

କଟକ : ଆଇସିଏଆର–କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ (CRRI), କଟକ ଓ ଏପିଡା (APEDA)ର ମିଳିତ ସହ‌ଯୋଗରେ ଏଫ୍‌ପିଓ, ଏଫ୍‌ପିସି ଓ ପ୍ରଗତିଶୀଳ କୃଷକଙ୍କ ପାଇଁ ରପ୍ତାନିମୁଖୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

କାର୍ଯ୍ୟକ୍ରମରେ ପ୍ରାୟ ୧୨୦ ଜଣ କୃଷକ ଓ ବିଭିନ୍ନ ହିତଧାରୀ ଯୋଗଦେଇଥିଲେ। କୃଷିଜାତ ଉତ୍ପାଦର ଗୁଣବତ୍ତା, ପ୍ରମାଣପତ୍ର, ପ୍ୟାକେଜିଂ, ପ୍ରକ୍ରିୟାକରଣ, ମୂଲ୍ୟବୃଦ୍ଧି ଓ ଦେଶୀୟ-ଆନ୍ତର୍ଜାତୀୟ ବଜାର ସଂଯୋଗ ସମ୍ପର୍କରେ ବିଶେଷଜ୍ଞମାନେ ତାଲିମ ଓ ମାର୍ଗଦର୍ଶନ ଦେଇଥିଲେ।

ସିଆରଆରଆଇ ନିର୍ଦ୍ଦେଶକ ଡ. ଜି.ଏ.କେ. କୁମାର କୃଷି ରପ୍ତାନି ବୃଦ୍ଧି ପାଇଁ ନିୟମିତ ତାଲିମ ଓ ପରବର୍ତ୍ତୀ କାର୍ଯ୍ୟକଳାପର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ଏପିଡା ସମେତ ବିଭିନ୍ନ ସଂସ୍ଥାର ବିଶେଷଜ୍ଞମାନେ ଧାନ, ମିଲେଟ୍‌, ଉଦ୍ୟାନ କୃଷି ଓ ମତ୍ସ୍ୟଜାତ ଉତ୍ପାଦର ରପ୍ତାନି ସୁଯୋଗ ସମ୍ପର୍କରେ ଆଲୋଚନା

Leave a Reply

Your email address will not be published. Required fields are marked *