

କଟକ : କଟକ କଲେଜ ଛକସ୍ଥିତ ଚାଣକ୍ୟ ହସ୍ପିଟାଲରେ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ। ହସ୍ପିଟାଲ ଭିତରେ ଗାମୁଛାରେ ମୃତଦେହ ଝୁଲୁଥିବା ନେଇ କର୍ମଚାରୀମାନେ ସୂଚନା ଦେଇଛନ୍ତି।
ଖବର ପାଇ ଘଟଣାସ୍ଥଳରେ ମାଲଗୋଦାମ ଥାନା ପୁଲିସ, ଏସିପି ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି। ମୃତ୍ୟୁର ପ୍ରକୃତ କୃତ କାରଣ ଜଣାପଡ଼ିନଥିବା ବେଳେ ଘଟଣାକୁ ନେଇ ସନ୍ଦେହ ଘନୀଭୂତ ହୋଇଛି।
ଅନ ଅନ୍ୟପଟେ ମୃତକଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆଣାଯାଇଛି। ଘଟଣାର ସତ୍ୟାସତ୍ୟ ତଦନୁ ପରେ ସୃଷ୍ଟ ହେବ।
ଏତେ ବଡ଼ ହସ୍ପିଟାଲରେ ସିସିଟିଭି ବ୍ୟବସ୍ଥା ଥୂବା ସତ୍ତ୍ବେ ଏଭଳି ଘଟଣା କିପରି ଘଟିଲା, ତାହାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ। ପୁଲିସ ସିସିଟିଭି ଫୁଟେଜ୍ ସହ ଅନ୍ୟାନ୍ୟ ଦିଗରୁ ତଦନୁ ଚଳାଇଛି।