ଲକ୍ଷ୍ମୀପୋଷ ନଦୀ କୂଳରେ ଅବସ୍ଥିତ ନୂଆଗଡ଼ ଠାରେ ଗଙ୍ଗାଘାଟି ନିର୍ମାଣ ପାଇଁ ଶୁଭ ଦିଆଗଲା


ରାଜଗାଙ୍ଗପୁର (କ.ବ୍ୟୁ.) : କୁତ୍ରା ବ୍ଲକ,ପଞ୍ଚରା ପଞ୍ଚାୟତ ଅନ୍ତର୍ଗତ ନୂଆଗଡ଼ ଠାରେ କିଶାନ ସମାଜ ତାଙ୍କ ଆବାହନ କାଳରୁ ଚାଲି ଆସିଥିବା ରିତି ନିତି ପରମ୍ପରା କୁ ବଞ୍ଚାଇବା ନିମନ୍ତେ ଗଙ୍ଗଘାଟି ନିର୍ମାଣ ପାଇଁ ଲକ୍ଷ୍ମୀପୋଷ ନଦୀ କୂଳରେ ବିଧି ଅନୁଯାୟୀ ପୂଜା ଅର୍ଚ୍ଚନା କରି ଗଙ୍ଗାଘାଟି ନିର୍ମାଣ ପାଇଁ ସଙ୍କଳ୍ପ ନେଇଛନ୍ତି ଏବଂ ଆଖପାଖ ୧୬ ଟି ଗ୍ରାମ ପାଇଁ ନିଯୁକ୍ତି ପ୍ରାପ୍ତ କାଲୋ ତାଙ୍କ ରିତି ନିତି ଓ ପରମ୍ପରା ଅନୁଯାୟୀ ନିଜ ଦାୟିତ୍ୱ ତୁଲାଇଥିଲେ। ଏହି ଅବସରରେ ସରପଞ୍ଚ ଜ୍ଞାନପାଲି କମଲା କୁଜୁର,ଦଲକି ସରପଞ୍ଚ ସୁନିତା କିଣ୍ଡୋ, ନିବର୍ତ୍ତମାନ ସରପଞ୍ଚ ଜର୍ଜ ଲାକ୍ରା, ଲକ୍ଷ୍ମୀପୋଷ କିଶାନ ସମାଜ ର ସଭାପତି ମାରଠି ମିଞ୍ଜ, ଧରଡାଗ୍ରାମ ର କିଶାନ ସମାଜ ସଭାପତି ଅଜିତ କୁଜୁର, ନୂଆଗଡ଼ ଗଙ୍ଗାଘାଟି ନିର୍ମାଣ ସମିତିର ସଭାପତି ମଙ୍ଗଳା ଲାକ୍ରା, ସଚିବ ଗଙ୍ଗାଘାଟି ସାବିତ୍ରୀ ଏକ୍କା, ସଦଶ୍ୟ ଅମିତ ମିଞ୍ଜ,ମୈନୱ୍ଳଲ ଲାକ୍ରା ଏବଂ ୧୬ ଟି ଗ୍ରାମରୁ ଆସିଥିବା ସତାଧିକ ମହିଳା ପୁରୁଷଙ୍କ ଉପସ୍ଥିତିରେ ଗଙ୍ଗା ଘାଟି ନିର୍ମାଣ ପାଇଁ ଭୁମି ପୂଜନର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ।

(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *