ଦ୍ୱୈତ ନଗରୀ ଓଁକାର ସ୍ୱରୂପ ମହୋତ୍ସବ


କଟକ, ୧୬।୦୯: କୈବଲ୍ୟ ସାହିତ୍ୟ ସଂସଦ ଆନୁକୂଲ୍ୟରେ ୧୧୧ତମ ‘ଦ୍ୱୈତ ନଗରୀ ଓଁକାର ସ୍ୱରୂପ ମହୋତ୍ସବ’ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ଡ. ସଂଗ୍ରାମ କେଶରୀ ସାମନ୍ତରାୟ, ଡ. ସୁରେନ୍ଦ୍ରନାଥ ତ୍ରିପାଠୀ, କଳିଙ୍ଗ ରତ୍ନ ବ୍ରହ୍ମାନନ୍ଦ ମହାନ୍ତି, ବିଶିଷ୍ଟ କବି ରାଜକିଶୋର ସ୍ୱାଇଁ, ଆଇନଜୀବୀ ସଂଯୋଜ ସାମନ୍ତରାୟ, ଲକ୍ଷ୍ମୀକାନ୍ତ ସାହୁ, ଦିଲ୍ଲୀପ କୁମାର ଜେନା, ବଦ୍ରି ସାହୁ ଓ ଦିଗବିଜୟ ହରିଚନ୍ଦନ ପ୍ରମୁଖ ଯୋଗଦେଇ ପୂଜାମଣ୍ଡପରେ ଆଧ୍ୟାତ୍ମିକ ସଂକଳ୍ପ ଗ୍ରହଣ କରିଥିଲେ।
ଏହି ଅବସରରେ ଡ. ସଂଗ୍ରାମ କେଶରୀ ସାମନ୍ତରାୟ କହିଥିଲେ ଯେ, ଓଡ଼ିଶାର ପ୍ରାଚୀନ ପୂଜାମଣ୍ଡପଗୁଡ଼ିକ ଆଧ୍ୟାତ୍ମିକ ସାହିତ୍ୟ ଓ ସଂସ୍କୃତିର ପ୍ରାଣକେନ୍ଦ୍ର। ଆଧ୍ୟାତ୍ମିକ ସଂସ୍କୃତିକୁ ଜୀବନ୍ତ ରଖିବା ଉଦ୍ଦେଶ୍ୟରେ ‘ଦ୍ୱୈତ ନଗରୀ ଓଁକାର ସ୍ୱରୂପ ସମ୍ମାନ’ ପ୍ରଦାନ କରାଯାଉଛି ବୋଲି ସେ ବିଭିନ୍ନ ପୂଜାମଣ୍ଡପର କର୍ମକର୍ତ୍ତା ଓ ଶ୍ରଦ୍ଧାଳୁଙ୍କୁ ଅବଗତ କରାଇଥିଲେ।
ମହୋତ୍ସବ ଅବସରରେ ଶତାଧିକ ପୂଜାମଣ୍ଡପ ଓ ସେଗୁଡ଼ିକର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କଟକ ନୂଆପଡ଼ା ଅଞ୍ଚଳରୁ ସର୍ବାଧିକ ପୂଜା ମଣ୍ଡପକୁ ଏହି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *