ସାହିତ୍ୟ ଏକାଡେମୀ ଓ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଆଲୋଚନା ଚକ୍ର


କଟକ: କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଉତ୍କଳ ସାହିତ୍ୟ ସମାଜ ମିଳିତ ଆନୁକୂଲ୍ୟରେ ‘ ସଂପ୍ରୀତିର ସ୍ୱର ସାଂସ୍କୃତିକ ସମନ୍ୱୟରେ ଓଡିଶାଐତିହ ସମ୍ପନ୍ନ ଅନୁଷ୍ଠାନ ଗୁଡ଼ିକର ଭୂମିକା’ଶୀର୍ଷକ ଆଲୋଚନା ଚକ୍ର ଶତାବ୍ଦୀ ଭବନରେ ଆୟୋଜିତ ହୋଇଯାଇଛି। ବିଶିଷ୍ଟ କବି ଜଷ୍ଟିସ ଅରୁଣ କୁମାର ପରିଛା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। କେନ୍ଦ୍ର ସାହିତ୍ୟ ଏକାଡେମୀ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ଆବାହକ ବିଶିଷ୍ଟ କଥାକାର ଗୈାରହରି ଦାସ ସଭା ମୁଖ ଭାବେ ସଭା ପରିଚାଳନା କରିଥିଲେ। ସାହିତ୍ୟ ଏକାଡେମୀ ସଚିବ ଡକ୍ଟର ବରୁଣ ଗୁଲାଟି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଉତ୍କଳ ସାହିତ୍ୟ ସମାଜର ସଭାପତି ଡ଼ଃ ଗୋବିନ୍ଦ ଚନ୍ଦ୍ର ଚାନ୍ଦ ବିଷୟ ଉପସ୍ଥାପନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ କଳାବିକାଶ କେନ୍ଦ୍ର ସଭାପତି ଡ଼ଃ ବିଜୟାନନ୍ଦ ସିଂ ଅନୁଷ୍ଠାନର ପ୍ରତିଷ୍ଠା ସମ୍ପର୍କରେ କହିଥିଲେ। ବିଶିଷ୍ଟ ସମାଲୋଚକ ଡଃ ବାବାଜୀ ଚରଣ ପଟ୍ଟନାୟକ ମୂଳ ଭାଷଣ ପ୍ରଦାନ କରିଥିଲେ। ସାହିତ୍ୟ ସମାଜର ସାଧାରଣ ସମ୍ପାଦକ ରାଜୀବ କୁମାର ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ। ସାହିତ୍ୟ ଏକାଡେମୀ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ବିଜୟ କୁମାର ଶତପଥି ପ୍ରଥମ ଅଧିବେଶନର ଅଧ୍ୟକ୍ଷତା କରିଥିଲେ। ବନମାଳୀ ପାଣିଗ୍ରାହୀ, ସଂଘମିତ୍ରା ମହାପାତ୍ର ପ୍ରବନ୍ଧ ଉପସ୍ଥାପନ କରିଥିଲେ। ଉତ୍କଳ ସାହିତ୍ୟ ସମାଜର ଉପସଭାପତି ବ୍ରହ୍ମାନନ୍ଦ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ। ଡଃ ଅରବିନ୍ଦ ଗିରି ଦ୍ୱିତୀୟ ଅଧିବେଶନର ଉଦଘାଟନ କରିଥିଵା ବେଳେ ଦେବପ୍ରିୟ ପ୍ରିୟଦର୍ଶୀ, ସୁଶାନ୍ତ କୁମାର ବିଶି ଓ ସୁଶାନ୍ତ କୁମାର ନାୟକ ପ୍ରବନ୍ଧ ଉପସ୍ଥାପନ କରିଥିଲେ। ଉତ୍କଳ ସାହିତ୍ୟ ସମାଜର ସଂଗଠନ ସମ୍ପାଦକ ଶଶିକାନ୍ତ ରାଉତ ସମାପନୀ ବକ୍ତବ୍ୟ ରଖିଥିବା ବେଳେ ସାହିତ୍ୟ ଏକାଡେମୀ କୋଲକାତା ଆଞ୍ଚଳିକ ସଚିବ ଦେବେନ୍ଦ୍ର କୁମାର ଦେବେଶ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *