ଶ୍ରେଷ୍ଠ ବିଦ୍ୟାର୍ଥୀ ଓ ନବସୃଜନ ଦମ୍‌ଦାର ଓଡ଼ିଆଙ୍କୁ ରୁଚି ପ୍ରତିଭା ସମ୍ମାନ

‘ବାପାମାଆଙ୍କ ପାଇଁ ସମୟ ଦିଅନ୍ତୁ ଆଜିର ଯୁବପିଢ଼ି’ : ଲେଫ୍ଟନାଂଟ ଜେନେରାଲ

ପଦ୍ମଶ୍ରୀ ଚରଣ, ପଦ୍ମଶ୍ରୀ ସାବରମତୀ, ଦିଲ୍ଲୀପ ରାୟ, ଜ୍ୟୋତିର୍ମୟୀ ଓ ଦୀପ୍ ଗ୍ରେସ୍‌ଙ୍କୁ ରୁଚି ପ୍ରତିଭା ସମ୍ମାନ

କଟକ, ୧୨୮୯ : ଆଜିର ଯୁବପିଢ଼ି ନିଜର ମାଆବାପାଙ୍କ ପାଇଁ କିଛି ସମୟ ବାହାର କରନ୍ତୁ ଏବଂ ଆଧୁନିକ ଦୁନିଆର ପ୍ରଯୁରି ସହିତ ସେମାନଙ୍କୁ ପରିଚିତ କରାନ୍ତୁ । ଆମ ପିଲାମାନଙ୍କ ଭିତରେ ସର୍ବଦା ଦୟାଳୁ, ବିନମ୍ରତା ଓ ସମ୍ବେଦନଶୀଳତା ରହିବା ଦରକାର ବୋଲି କହିଛନ୍ତି ଭାରତୀୟ ସେନାର ପୂର୍ବତନ ସହ-ସେନାଧ୍ୟକ୍ଷ ଲେଫ୍ଟନାଂଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି । ମାନବତାର ସେବା ଓ ସମାଜର ଉନ୍ନତି ପାଇଁ ରୁଚି ଫାଉଣ୍ଡେସନ ସର୍ବଦା ମହତ୍ କାର୍ଯ୍ୟ କରୁଥିବାରୁ ସେ ସମସ୍ତଙ୍କ ପାଇଁ ପ୍ରଶଂସାର ପାତ୍ର । କାରଣ ସମାଜର ଯୋଗ୍ୟ ଓ କୃତି ପ୍ରତିଭାମାନଙ୍କୁ ସମ୍ମାନିତ କଲେ ଏହା ସେମାନଙ୍କୁ ଅଧିକ ଭଲ କାମ କରିବାକୁ ପ୍ରେରଣା ଦେଇଥାଏ ବୋଲି ଶନିବାର ସନ୍ଧ୍ୟାରେ କଟକର ଶହୀଦ ଭବନଠାରେ ଆୟୋଜିତ ୩୦ତମ ରୁଚି ପ୍ରତିଭା ସମ୍ମାନ ସମାରୋହକୁ ଉଦ୍‌ଘାଟନ କରି ଲେଫ୍ଟନା’ଟ ଜେନେରାଲ ଶ୍ରୀ ମହାନ୍ତି କହିଛନ୍ତି । ପ୍ରତ୍ୟେକ ମଣିଷ ପାଇଁ ଆମର ସହାନୁଭୂତି ରହିବା ଦରକାର । ଓଡ଼ିଶାର ଯେଉଁ ପ୍ରତିଭାମଶିତ ବ୍ୟକ୍ତିତ୍ୱମାନେ ନିଜର ନିଷ୍ଠା, ସାଧନା ଓ ସଂକଳ୍ପ ବନରେ ରାଜ୍ୟ ଓ ଦେଶର ନାମକୁ ବିକଶିତ କରିଛନ୍ତି, ପୂଜ୍ୟପୂଜା କରିଆରେ ଗୁଚି ଫାଉଣ୍ଡେସନ୍ ସେମାନଙ୍କୁ ସମ୍ବନ୍ଧିତ କରିବା ଏକ ମହତ ଉଦ୍ୟମ ।

ପ୍ରତିଭା ସମ୍ମାନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଥିଲେ ଯେ, ଉତ୍କର୍ଷତା ଏବଂ ସାଧୁତା ସବୁବେଳେ ମଣିଷକୁ ଆଗକୁ ଯିବାପାଇଁ ମାର୍ଗଦର୍ଶନ କରିଥାଏ । ଦୀର୍ଘ ୩୦ ବର୍ଷ ଧରି ଗୁଡି ଫାଉଣ୍ଡେସନ ଯେଉଁ ଅଭିନବ କାର୍ଯ୍ୟକ୍ରମ ଜରିଆରେ ପ୍ରତିଭାପୂଜନ ଭଳି ପୂଜ୍ୟପୂଜା ପରମ୍ପରାର ବାହକ ସାଳିଛନ୍ତି, ତାହା ଅନ୍ୟମାନଙ୍କ ପାଇଁ ଏକ ଆଦର୍ଶ ।

ବିଶିଷ୍ଟ ଅତିଥୁ ଭାବେ ଯୋଗଦେଇ ଓଡ଼ିଆ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ କହିଥିଲେ ଯେ, ନିଷ୍ଠା, ଭରି ଓ ସାଧନା ସହିତ ଯେ କୌଣସି କାର୍ଯ୍ୟ କଲେ ତାହା ନିଶ୍ଚିତ ଭାବେ ସଫଳ ହେବ। ‘ଗୁଚି’ର ଅଧ୍ୟକ୍ଷା ଶ୍ରୀମତୀ ସଙ୍ଗୀତା ସାହୁ ସମସ୍ତଙ୍କୁ ଫାଉଣ୍ଡେସନ ଦିବସରେ ଶୁଭେଚ୍ଛା ଜ୍ଞାପନ କରିଥିଲେ । ‘ରୁଚି’ ପ୍ରତିଭା ଫାଉଣ୍ଡେସନ୍‌ର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ଅରବିନ୍ଦ ସାହୁ ପ୍ରାରମ୍ଭିକ ଉଦ୍‌ବୋଧନ ଦେଇ କହିଥିଲେ ଯେ, ‘ଗୁଚି’ ଦୀର୍ଘ ୫୧ ବର୍ଷ ଧରି ଶିଳ୍ପ ଓ ଇଦ୍ୟୋଗ ବିକାଶ କ୍ଷେତ୍ରରେ ରାଜ୍ୟ ପାଇଁ ସମର୍ପିତ ଭାବେ କାର୍ଯ୍ୟକରି ଆସିଛି ଏବଂ ଏଥିପାଇଁ ଓଡ଼ିଶାବାସୀଙ୍କ ସହଯୋଗ ଓ ଆଶୀର୍ବାଦ ଆମପାଇଁ ବଡ଼ ବରଦାନ । ଏକ ବିକଶିତ ଏବଂ ସମ୍ଭାବନାମୟ ଓଡ଼ିଶା ଗଠନରେ ଯୁବପିଢ଼ିଙ୍କ ପାଖରେ ଥିବା ନବସୂଜନ ହିଁ ଏହାକୁ ସଫଳ କରିପାରିବ ବୋଲି ସେ କହିଥିଲେ ।

ଚଳିତବର୍ଷ ତ୍ରିଂଶତମ ପ୍ରତିଭା ସମ୍ମାନ ସମାରୋହରେ ଆଦିବାସୀ ଭାଷା ସାହିତ୍ୟର ବିଶିଷ୍ଟ ଗବେଷକ ତ‌ଥା ଲେଖକ ପଦ୍ମଶ୍ରୀ ଚରଣ ହେମ୍ବ୍ରମଙ୍କୁ ସମ୍ମାନଜନକ ରୁଚି ଦେଶ ଗୌରବ ସମ୍ମାନ, ବିଶିଷ୍ଟ ଉଦ୍ୟୋଗୀ ତଥା ସାଂସଦ ଦିଲ୍ଲୀପ ରାୟଙ୍କୁ ଗୁଚିର ପ୍ରତିଷ୍ଠାତାଙ୍କ ସ୍ମୃତିରେ ପ୍ରତ ପ୍ରଥମ ଡ. ଶରତ କୁମାର ସାହୁ ସ୍ମାରକୀ ସମ୍ମାନ, ବିଶିଷ୍ଟ ଜୈବିକ କୃଷିବିତ୍ ପଦ୍ମଶ୍ରୀ ସାବରମତାଙ୍କୁ ଗୁଚି ସେବା ଜ୍ୟୋତି ସମ୍ମାନ, ଦେଶର ଇଣ୍ଡିଆନ ଆଇଡଲ ବିଜୟିନୀ ସୁକଣ୍ଡୀ ଗାୟିକା ଜ୍ୟୋତିର୍ମୟୀ ନାୟକଙ୍କୁ ରୁଚି ବେଶ ଜ୍ୟୋତି ସମ୍ମାନ, ସର୍ବଭାରତୀୟ ପ୍ରଶାସନିକ ସେବା କ୍ଷେତ୍ରରେ ଓଡ଼ିଶା ଟସର ସାଜ ସତ୍ୟକାମ ଦେବତାଙ୍କୁ ରୁଚି ବିଦ୍ୟାସାଗର ସମ୍ମାନ ଏବଂ ଭାରତୀୟ ମହିଳା ହଳିର ପ୍ରାକ୍ତନ ଉପ-ଅଧୁନାୟିକା ଅଲମ୍ପିଆନ୍ ଦୀପ୍ ଗ୍ରେସ୍ ଏକ୍ଜାଙ୍କୁ ରୁଚି ବାରବାଟୀ କ୍ରୀଡ଼ା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ସର୍ବୋଚ୍ଚ ସ୍ଥାନରେ ଥିବା ପାର୍ଥସାରଥୀ ମହାନ୍ତ ଓ ଆଶୁତୋଷ ନାୟକଙ୍କୁ ଗୁଚି ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା । ବିଶିଷ୍ଟ ପ୍ରତିଭାମାନଙ୍କୁ ଅଙ୍ଗବସ୍ତ୍ର ଓ ସମ୍ମାନ ଫଳକ ଦେଇ ସମ୍ମାନିତ କରାଯାଇଥିବା ବେଳେ କୃତି ବିଦ୍ୟାର୍ଥୀଙ୍କୁ ଅର୍ଥରାଶି ପୁରସ୍କାର ସହିତ ସମ୍ବନ୍ଧିତ କରାଯାଇଥିଲା। ଫାଉଣ୍ଡେସନ୍ ସମ୍ପାଦକ ଶୁଭେନ୍ଦୁ କୁମାର ଭୂୟାଁ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ଫାଇଣ୍ଡେସନ ପକ୍ଷରୁ ‘ଆମରୂଚି’ର ଏକ ସ୍ଵତନ୍ତ୍ର ବିଶେଷାଙ୍କ ଅତିଥୁମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା । ଏହା ସହିତ ନବନିର୍ମାଣ ପାଇଁ ଅମର କୁମାର ସାହୁ, ଯୁବ ଉଦ୍ୟୋଗୀ ପାଇଁ ଜ୍ୟୋତିର୍ମୟୀ ଦାଶ, କିଚେନ୍ କୁଇନ୍ ପାଇଁ ମାନାକ୍ଷୀ ପଟ୍ଟନାୟକ, କଳା ଓ ସଂସ୍କୃତି ପାଇଁ ସଂସ୍କୃତି ଶର୍ମା ପ୍ରମୁଖ ଚାରିଜଣ ନବ ପ୍ରତିଲାଙ୍କୁ ଦମ୍‌ଦାର ଓଡ଼ିଆ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଅତିଥୁମାନଙ୍କ ସହିତ ଗୁଚିର ପରିଚାଳନା ନିର୍ଦ୍ଦେଶକ, ନିର୍ଦ୍ଦେଶିକା ସଲିନା ସାହୁ ପ୍ରମୁଖ ପ୍ରତିରାମାନଙ୍କୁ ସମ୍ମାନିତ କରିଥିଲେ । ‘ଗୁଡି’ର କମ୍ପାନୀ ସହିବ ଉତିରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ମହାପ୍ରବନ୍ଧକ ମହେନ୍ଦ୍ର ଷଡ଼ଙ୍ଗୀ, ଗୁଡିର ବରିଷ୍ଠ ଅଧୁକାରୀ ସୁଦର୍ଶନ କୁମାର, ଅଚ୍ୟୁତାନନ୍ଦ ସାହୁ, ନିଶିକାନ୍ତ ଜେନା, ଲକ୍ଷ୍ମୀଧର ସାହୁ, ସାଇସମ୍ବିତା ନାୟକ, ଅକ୍ଷୟ କୁମାର ପଣ୍ଡା, ଦେବଦ ସା, ରାକେଶ କୁମାର ସାହୁ, ନିହାର ରଞ୍ଜନ ସାହୁ, ରାମଚନ୍ଦ୍ର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳାନରେ ସହଯୋଗ କରିଥିଲେ । ଇଟ୍ କାନ୍‌ଭାସ୍‌ର ମୁଖ୍ୟ ଜିଲ୍ଲାସ ଚନ୍ଦ୍ର ଦେତୁରା, ଶୁଭ୍ରମ୍ ଓ ଅଙ୍କିତା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସମାରୋହରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ ଯୋଗ ଦେଇଥିଲେ

Leave a Reply

Your email address will not be published. Required fields are marked *