
କଟକ : କଟକ ସିଟି ଜିଲ୍ଲା ଯୁବ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଆଜି କଟକ ଲିଙ୍କ ରୋଡ୍ ସ୍ଥିତ ଶକ୍ତିନଗର କଂଗ୍ରେସ କାର୍ଯ୍ୟାଳୟଠାରେ ସଭାପତି ତଥା ଆଇନଜୀବୀ ଡଃ ବିପ୍ଲବ ଶିଳାଦିତ୍ୟଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି।
ଏହି ବୈଠକରେ ଓଡ଼ିଶା ଯୁବ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ର ଯୋଗଦେଇଥିବାବେଳେ, ଓଡ଼ିଶା ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ତଥା କଟକ ଇନ୍ଚାର୍ଜ ଶ୍ରୀ ସୁଦୀପ ସାମଲ ମଧ୍ୟ ଉପସ୍ଥିତ ଥିଲେ।
ବୈଠକ ଅବସରରେ ନବନିଯୁକ୍ତ ଓଡ଼ିଶା ପ୍ରଦେଶ କଂଗ୍ରେସ ଲିଗାଲ୍ ସେଲ୍ର ସହ-ଅଧ୍ୟକ୍ଷ ଶ୍ରୀ କରୁଣାକର ରଥ ଓ ଶ୍ରୀ ଆଲୋକ ନନ୍ଦଙ୍କୁ ଏବଂ ନବନିଯୁକ୍ତ ପିସିସି ସାଧାରଣ ସମ୍ପାଦିକା ଶ୍ରୀମତୀ କଳ୍ପନା ମଞ୍ଜୁଶ୍ରୀ ରାଉତରାୟ ଓ ସମ୍ପାଦିକା ଶ୍ରୀମତୀ ଅମ୍ରିତା ଦାସଙ୍କୁ ଯୁବ କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।
ବୈଠକରେ କଟକ ସିଟି ଜିଲ୍ଲା ଯୁବ କଂଗ୍ରେସକୁ ଆହୁରି ସୁଦୃଢ଼ ଓ ସକ୍ରିୟ କରିବା, ସଂଗଠନକୁ ତୃଣମୂଳସ୍ତରରେ ମଜବୁତ କରିବା ଏବଂ ଆଗାମୀ ଦିନରେ ଯୁବ କଂଗ୍ରେସର କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।
ଏଥିସହିତ MMDR Act ସମେତ ଓଡ଼ିଶାର ଲୋକଙ୍କ ଅଧିକାର ଓ ସ୍ୱାର୍ଥ ସହ ଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଭାରତ ଓ ଓଡ଼ିଶାରେ ଶାସନ କରୁଥିବା ବିଜେପି ସରକାର କିପରି ଓଡ଼ିଶାବାସୀଙ୍କ ନ୍ୟାଯ୍ୟ ଅଧିକାରକୁ ଅବହେଳା କରୁଛନ୍ତି, ସେନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଏହି ପ୍ରସଙ୍ଗଗୁଡ଼ିକୁ ନେଇ ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ଜନଆନ୍ଦୋଳନ ଓ ପ୍ରତିବାଦ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।
ବୈଠକ ଶେଷରେ ଓଡ଼ିଶା ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଶ୍ରୀ ଶିବ ଅଗ୍ରୱାଲ୍ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ବୈଠକରେ ଆଇନଜୀବୀ ଶ୍ରୀ ସପନ ପାଲ, ଶ୍ରୀ ସତ୍ୟବ୍ରତ ମହାନ୍ତି, ଶ୍ରୀ ଶୁଭରଞ୍ଜନ ରାଉତରାୟ, ଶ୍ରୀ ଚନ୍ଦ୍ରକାନ୍ତ ଖଟୁଆ, ଶ୍ରୀ ବେଞ୍ଜାମିନ୍ ଶିଶୁଙ୍କ ସମେତ ଯୁବ କଂଗ୍ରେସ ନେତା ଶ୍ରୀ ଅମିତ ବିଶୋଇ, ଶ୍ରୀ ଏସ୍.କେ. କମରୁଦ୍ଦିନ, ଶ୍ରୀ ସୁନିଲ ସାମଲ, ଶ୍ରୀ ସାବିର ଚିସ୍ତି, ଶ୍ରୀ ସନ୍ତୋଷ ନାୟକ, ଶ୍ରୀ ସତ୍ୟରଞ୍ଜନ ବିଟ୍, ଛାତ୍ର ନେତା ଶ୍ରୀ ଅରିଜିତ ରାଉତରାୟ, ଶ୍ରୀ ଯଶ ଅଗ୍ରୱାଲ, ଶ୍ରୀ ହିତାଂଶୁ ସ୍ୱାଇଁ, ଶ୍ରୀ ସାରାଂଶ ମହାନ୍ତି, ଶ୍ରୀ ସୁମିତ ବେହେରା, ଶ୍ରୀ ରାଜ ବିଜୟ, ଶ୍ରୀ ଦିବ୍ୟକାନ୍ତ ମହାପାତ୍ର, ଶ୍ରୀ ବାପୁନି କୁମାର ସ୍ୱାଇଁଙ୍କ ସମେତ ବହୁ ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ନେତା ଏବଂ କର୍ମୀ ଉପସ୍ଥିତ ଥିଲେ।