
କଟକ, ୦୫.୦୯.୨୦୨୬ ରିଖ ଶନିବାର ଅପରାହ୍ନ ୪ଟାରେ କଳାବତୀ କଳା ନିକେତନ ପକ୍ଷରୁ ସ୍ଥାନୀୟ ବିଡାନାସୀ ସ୍ଥିତ ତାରିଣୀ ବିହାର ଲେନ -୧ରେ ଥିବା କାର୍ଯ୍ୟାଳୟରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ କୁଳମଣି ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତ ଗୁରୁ ଶ୍ରୀ ବିଶ୍ଵନାଥ ମିଶ୍ର ଓ ତବଲା ଗୁରୁ ଶ୍ରୀ ତ୍ରିନାଥ ଜେନାଙ୍କୁ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଗୁରୁ ପୂଜନ କରିବା ସହିତ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ଉଭୟ ଗୁରୁ ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପୂଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଞ୍ଜାପନ କରି ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ଦେବସ୍ମିତା ମିଶ୍ରଙ୍କ ସହିତ ବରିଷ୍ଠ ଛାତ୍ର ନିରୋଜ ନଳିନୀ ଦାସ, ଶ୍ରୁତି ସୁହାନୀ, ଶୁଭଶ୍ରୀ,ଅଭିଞ୍ଜାନ,ଆୟେଶା ପ୍ରତିକ୍ଷା,ଦେବାନଶ,ମିସକା, ସିଦ୍ଧିକ,ଲକିପ୍ରଞ୍ଜାନ, ହରପ୍ରିୟା,ସୈରଭ,ସାଇକ୍ରିଷ୍ଣା,ସାଇ କୃତିବନ୍ତ,ଶିଭାଙ୍ଗୀ,ସ୍ନେହାଶିଷ, ଚନ୍ଦନ,ଆଦ୍ୟାଶା, ସଂଘମିତ୍ରା, ଆଦ୍ୟାଶା ଅଭିପ୍ରିୟା , ସ୍ନେହାନଜଳି ଦାସ,ଵିଶ୍ୱଶ୍ରୀ , ନିଳାଦ୍ରୀ, ଲକ୍ଷ୍ମୀପ୍ରଭା ପ୍ରମୁଖ ଗୁରୁବନ୍ଦନା ଗାନ କରିବା ସହିତ ଗୁରୁ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ କୋଷାଧ୍ୟକ୍ଷ ଶ୍ରୀମତୀ ରିନା ମିଶ୍ର।