
କଟକ : ଭାରତର ସର୍ବୋଚ୍ଚ ନ୍ୟାୟାଳୟ ତଥା ସୁପ୍ରିମ କୋର୍ଟ ଙ୍କ ପ୍ରାକତନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଙ୍କୁ ମର୍ଯ୍ୟାଦା ବନ୍ତ୍ କଳିଙ୍ଗ ରତ୍ନ ଉପାଧି ଏବଂ ପ୍ରସିଦ୍ଧ କଥା ଶିଳ୍ପୀ ପ୍ରଫେସର ଡକ୍ଟର ରାମଚନ୍ଦ୍ର ବେହେରାଙ୍କୁ ସମ୍ମାନ ଜନକ ଶାରଳା ସମ୍ମାନ ପ୍ରଦାନ କରାଯାଇଛି । ଆଜି ରବିବାର ଦିନ ତୁଲସୀ ପୁର୍ ସ୍ଥିତ ଶାରଳା ଭବନ ଠାରେ ସାରଳା ସାହିତ୍ୟ ସଂସଦର ୪୬ତମ ବାର୍ଷିକ ସମାରୋହ ଅନୁଷ୍ଠିତ ହୋଇଯାଇଅଛି। ଶାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ତଥା ସଭାପତି ଡକ୍ଟର ଇଞ୍ଜିନିୟର ପ୍ରଭାକର ସ୍ୱାଇଁ ଏହି କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରିଥିଲେ। ରାଜ୍ୟ ଆଇନ୍ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜଷ୍ଟିସ ମିଶ୍ର ଙ୍କ ସାଧନା ସିଦ୍ଧି ଓ କୃତି କୁ ସମ୍ମାନ ଜଣାଇ କଳିଙ୍ଗ ରତ୍ନ ଓ କଥା ଶିଳ୍ପୀ ପ୍ରଫେସର ରାମଚନ୍ଦ୍ର ବେହେରାଙ୍କୁ ତାଙ୍କର ସାହିତ୍ୟ ସାଧନା ପାଇଁ ଶାରଳା ସମ୍ମାନ ରେ ସମ୍ମାନିତ କରିଥିଲେ । ମନ୍ତ୍ରି ଶ୍ରୀ ହରିଚନ୍ଦନ ଶାରଳା ସାହିତ୍ୟ ସଂସଦର ୪୬ତମ ବାର୍ଷିକ ସମାରୋହ କୁ ଉଦଘାଟନ କରି କହିଲେ ଶାରଳା ଦାସ ଙ୍କ ର ସାହିତ୍ୟ ରେ ଏକ ସ୍ୱତନ୍ତ୍ରତା ରହିଛି। ଯାହାକି ଓଡ଼ିଆ ସାହିତ୍ୟ କୁ ସମୃଦ୍ଧ କରିଛି । ତାଙ୍କୁ ଆଦି କବି ସାରଳା ଦାସ ଭାବରେ ଗଣନା କରାଯାଏ। ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ସହଦେବ ସାହୁ ଏବଂ ପଦ୍ମ ଭୂଷଣ ଡକ୍ଟର ପ୍ରତିଭା ରାୟ ସମ୍ମାନୀୟ ଅତିଥି ଓ ପ୍ରଫେସର ଦାସ ଭେନୂର୍ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶାରଳା ଦାସ ସାହିତ୍ୟ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରି କହିଲେ ଭାଷା ହେଉଛି ଅଭିବକ୍ଟ ର ମାଧ୍ୟମ ଯାହାକି ଶାରଳା ଦାସ ଏହାକୁ ମହାଭାରତ ରେ ରୂପାୟନ କରିଥିଲେ ।ପ୍ରାରମ୍ଭ ରେ ସାହିତ୍ୟ ସଂସଦର ସମ୍ପାଦକ ପ୍ରଫେସର ଡକ୍ଟର ନିରଞ୍ଜନ ତ୍ରିପାଠୀ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକର୍ମ ସମ୍ପର୍କରେ ସୂଚନା ଦେଇଥିଲେ। ନାଟ୍ୟକାର ସଞ୍ଜିତ ପଟ୍ଟନାୟକ ଅତିଥୀ ମାନଙ୍କର ପରିଚୟ ପ୍ରଦାନ କରିଥିଲେ।