ସ୍କ୍ରାବ ଟାଇଫସ ଆତଙ୍କ Iଦିନକରେ 22 ପଜିଟିଭ , ମୋଟ 29 ଆକ୍ରାନ୍ତ ଚହ୍ନଟ , ଭୟଭୀତ ଗ୍ରାମବାସୀ


ପାଳଲହଡା – ପାଳଲହଡା ସାନବାଗଦରୀ ଗାଁରେ ସ୍କ୍ରବ ଟାଇଫସ୍ ବ୍ୟାପିବା ନେଇ ଖବର ପ୍ରସାରଣ ପରେ ଗତ କାଲି ଠାରୁ ଗାଁରେ ପହଞ୍ଚିଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଡାକ୍ତରୀ ଟିମ୍। ଘରକୁ ଘର ବୁଲି ରକ୍ତ ନମୁନା ସଂଗ୍ରହ ସହ ସନ୍ଦିଗ୍ଧ ରୋଗୀଙ୍କ ପରୀକ୍ଷା ଓ ଚିକିତ୍ସା ନେଇ ଆରମ୍ଭ ହୋଇଛି ପଦକ୍ଷେପ। ତେବେ ଏହାରି ଭିତରେ ଦୁଇଦିନ ଭିତରେ 29 ଜଣ ପଜିଟିଭ ଚିନ୍ତା ର ବିଷୟ ପାଲଟିଛି., ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ପବିତ୍ରପୁର ପଞ୍ଚାୟତର ସାନବାଗଦରୀ ଗାଁ। ସ୍କ୍ରବ ଟାଇଫସ୍‌ରେ ଜଣଙ୍କ ମୃତ୍ୟୁ ପରେ ଗାଁରେ ବଢ଼ିଛି ଚିନ୍ତା। ଅନେକ ଲୋକ ଜ୍ୱର, ମୁଣ୍ଡବ୍ୟଥା ଓ ଦେହ ହାତଗୋଡ଼ ଘୋଳାବିନ୍ଧା ଭଳି ଲକ୍ଷଣ ଅନୁଭବ କରୁଥିବା ଜଣାପଡ଼ିଛି। ଗାଁରେ ଏଭଳି ସ୍ଥିତି ନେଇ ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଥିଲା। ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପ୍ରଶାସନ ତତ୍ପର ହୋଇଛି। ଜିଲ୍ଲାରୁ ଏକ ଡାକ୍ତରୀ ଟିମ୍ ଦୁଇ ଦିନ ହେବ ଗାଁରେ ଘରକୁ ଘର ଯାଇ ରକ୍ତ ନମୁନା ସଂଗ୍ରହ କରୁଛି
ବର୍ତ୍ତମାନ ସୁଦ୍ଧା ଦୁଇ ଦିନ ରୁ ପ୍ରଥମ ଦିନରେ 60 ଜଣକ ରକ୍ତ ନମୁନା ରୁ ୭ ଜଣ ପଜିଟିଭ ଥିବା ବେଳେ ରବିବାର 120 ଜଣକ ଭିତରୁ 22 ପଜିଟିଭ ଥିବା ଜଣାପଡ଼ିଛି. ଯାହାକୁ ନେଇ ପୁରା ଗାଁ ରେ ଭୟର ବାତାବରଣ ଦେଖା ଦେଇଛି I ତେବେ ଏ ନେଇ ଜିଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ମଦନ ମୋହନ ପ୍ରଧାନ ଙ୍କ କହିବା ଅନୁଯାୟୀ ସଚେତନଟା ଓ ଟେଷ୍ଟ ପାଇଁ ପ୍ରଶାସନ ପକ୍ଷ ରୁ ସମ୍ପୂର୍ଣ ବ୍ୟବସ୍ଥା ଗ୍ରହଣ କରାଯାଇଛି. କିନ୍ତୁ ଯେଉଁ ମାନଙ୍କୁ ଜ୍ୱର ହୋଇଛି ସେମାନକୁ ପ୍ରଥମିକତା ଦେଇ ଟେଷ୍ଟ ଜାରି ରହିଛି ଓ ଯାହା ବ୍ୟବସ୍ଥା ଗ୍ରହଣ କରାଯିବା ଦରକାର କରାଯାଇଛି I

Leave a Reply

Your email address will not be published. Required fields are marked *