ଭୂବନେଶ୍ବର



ଏ ଭୂବନେଶ୍ବର ସଂସ୍କୃତି ନଗର
ଓଡ଼ିଶା ପ୍ରାଚୀନ ସ୍ମୃତି
ଧଉଳି ପାହାଡ ଅଶୋକ ଶାସନ
ଇତିହାସ କୀମ୍ବଦନ୍ତି।
ମନ୍ଦିର ମାଳିନୀ ନଗର ପ୍ରସିଦ୍ଧ
ଖୋର୍ଦ୍ଧାଯାହା ରାଜଧାନୀ
ଆଇନ୍ ଖସଡ଼ା ଗଢ଼ା ହୁଏ ଏଠି
ଜନତା ପାଳନ୍ତି ମାନି।
ସନ୍ଧ୍ୟାର ଆଲୋକ ଗଳି କନ୍ଧି ରାସ୍ତା
କୋଳାହଳ ପୂର୍ଣ୍ଣ ନଗ୍ର
ଭିନ୍ନ ଭିନ୍ନ ଦ୍ରବ୍ୟ ବଜାର ପଡଇ
ଭାଷାରେ ମଧୁ ମନ୍ତର।
ନନ୍ଦନ କାନନ ମନୋରମ ଦୃଶ୍ୟ
ପ୍ରାଣୀ ଗଣ ପ୍ରେମ ଭାବ
ମାନବ ସାମାଜ ହିଂସା ବାଦ ଚାଲେ
ଥାଏ ପ୍ରୀତିର ଅଭାବ।
ଭକ୍ତିର ମନ୍ଦିର ଲିଙ୍ଗରାଜ ସ୍ଥଳ
ମୁକ୍ତିର ଶୁଭ ଦର୍ଶନ
ବ୍ରାହ୍ମଣ ପଣ୍ଡିତ ମନ୍ତ୍ର ପାଠ ଧ୍ବନି
ନିତି ଭଜନ କୀର୍ତ୍ତନ।
ରବିନ୍ଦ୍ର ମଣ୍ଡପ ଦଉଛି ଝଲକ
ପଲ୍ଲୀରୁ ନଗର ବାର୍ତ୍ତା
ନୃତ୍ୟ କଳା ସହ ଜୀବନ ଗଣିତ
କହେ ଦେଶ ଛବି କଥା।


(ମାନଗୋବିନ୍ଦ ସ୍ବାଇଁ)

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Leave a Reply

Your email address will not be published. Required fields are marked *