ଜାଡି ମଙ୍ଗଳା ସାହିତ୍ୟ ସଂସଦ ର ରକ୍ଷା ବନ୍ଧନ ଉତ୍ସଵ ଓ ସମ୍ବର୍ଦ୍ଧନା

କଟକ – 27/7 ଜାଡିମଙ୍ଗଳା ସାହିତ୍ୟ ସଂସଦ ପକ୍ଷରୁ ରାଜ୍ୟସ୍ତରୀୟ ପବିତ୍ର ରକ୍ଷା ବନ୍ଧନ ଉତ୍ସବ କଟକ ଚୌଧୁରିବଜାର,ଗୋପାଳ ଜୀଉ ମଠ ରେ ଅନୁଷ୍ଠିତ ହୋଇ ଯାଇଛି। ନାଟ୍ୟକାର ସଞ୍ଜିତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ଉତ୍ସବରେ ଉଦଘାଟକ ଭାବେ ମହନ୍ତ ସୃଜନ ଦାଶ ମହାରାଜ, ମୁଖ୍ୟ ଅତିଥି ବିଶିଷ୍ଟ ସାହିତ୍ୟିକ ଡ଼କ୍ଟର ବାବାଜୀ ଚରଣ ପଟ୍ଟନାୟକ ,ବରେଣ୍ୟ ଅତିଥି,ପଚିଶ ଦିଗଭାଗ ସଂକୀର୍ତ୍ତନ ମଣ୍ଡଳୀର ସର୍ବାଧିକାରୀ ରବିନ୍ଦ୍ର କୁମାର ବସ୍ତିଆ, ସମାଜସେବୀ ଲଲାଟେନ୍ଦୁ ବଡୁ,ଶିକ୍ଷାବିତ ଡ. କିଶୋର ଚନ୍ଦ୍ର ଦାସ,କର୍ପୋରେଟର ବନ ଲତା ପ୍ରଧାନ,କବୀ ଲଷ୍ମୀ ମିଶ୍ରପ୍ରମୁଖ ଯୋଗ ଦେଇଥିଲେ। ଏହିଅ ବଶରରେ ସମାଜସେବୀ ପ୍ରଶାନ୍ତ କୁମାର ରାଉତ,କବୀ ଛବିରାଣୀ ପତି,ଲେଖିକା ଭଗବତୀ ଖଟୁଆ, ପ୍ରଭାତ ପୃଷ୍ଟି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା,ପ୍ରଦୀପ ଦାସ ମାନପତ୍ର ପାଠ କରିଥିଲେ।ସଂସଦ ର ସାଧାରଣ ସମ୍ପାଦକ କୃଷ୍ଣ ଚନ୍ଦ୍ର ପ୍ରଧାନ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। କବୀ ବସନ୍ତ କୁମାରୀ ନନ୍ଦ ରାଖୀ ସଂଗୀତ ପରିବେଷଣ କରିଥିଲେ, ଅନନ୍ତ ସଂଗୀତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ରଂଜିତ ଦାସ ଧନ୍ୟବାଦ ଦେଇଥିଲେ। ରାକ୍ଷୀ ବନ୍ଧା ଓ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା।

Leave a Reply

Your email address will not be published. Required fields are marked *