ଶ୍ରୀବିଦ୍ୟା ମେମୋରିଆଲ ଟ୍ରଷ୍ଟ ଦ୍ୱାରା ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବାରିପଦା -ଉଦଳା(କ: ବ୍ଯୁ)
ତା୦୧/୦୯/୨୦୨୬
ବିଦ୍ୟାପୀଠ,ରଙ୍ଗାମାଟିଆ , କଇଁସାରୀ ର ସ୍କୁଲ ପରିସର ରେ ଶ୍ରୀବିଦ୍ୟା ମେମୋରିଆଲ ଟ୍ରଷ୍ଟ ଦ୍ୱାରା ଆୟୋଜିତ ବୃକ୍ଷ୍ୟ ରୋପଣ କାର୍ଯ୍ୟ କ୍ରମରେ ୬୦ ଟି ଫଳ,ପୁଷ୍ପ ଏବଂ ଔଷଧୀୟ ବୃକ୍ଷ୍ୟ ରୋପଣ କରା ଯାଇଅଛି।ଉକ୍ତ କାର୍ଯ ରେ ଶ୍ରୀ ଦୁଳ ମଣୀ ପୁହାଣ ,ଶ୍ରୀ ମତି ଶୁଭଦ୍ରା ରାଉତ ଜେକି ଶ୍ରୀ ବିଦ୍ୟା ମେମୋରିଆଲ ର ସଂସ୍ଥାପକ ଏବଂ ଅନ୍ୟ ସଦସ୍ୟଙ୍କ ସହ ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀଅରୋ ବିନ୍ଦ୍ ବେଜ୍, ସହକାରୀ ଶିକ୍ଷକ ଶ୍ରୀ ପରମାନନ୍ଦ ବେହେରା, ଶ୍ରୀ ହେମନ୍ତ କୁମାର ପାଣିଗ୍ରାହୀ, ଶ୍ରୀ ଗଦାଧର ବାରିକ୍,ଶ୍ରୀ ସନାତନ ପୁହାଣ, ଷ୍ଟାଫ ଲୁଟୁ ହେମ୍ରମ,ସଞ୍ଜୟ କୁମାର ସାହୁ ଏବଂ ବିଦ୍ୟାପୀଠ ର ସମସ୍ତ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ।ପରେ ସମସ୍ତଙ୍କୁ ମିଷ୍ଟାନ ବଣ୍ଟନ କରାଯାଇ ଥିଲା।
ବୃକ୍ଷ୍ୟ ରୋପଣ, ବସ୍ତ୍ର ଦାନ,ରକ୍ତଦାନ ଶିବିର ର ଆୟୋଜନ ଆଦି ଶ୍ରୀ ବିଦ୍ୟା ମେମୋରିଆଲ ଟ୍ରଷ୍ଟ ର ଲୋକ ହିତକର କାର୍ଯ୍ୟ ପାଇଁ ପ୍ରଧାନ ଶିକ୍ଷକ ପ୍ରଶଂସା କରିଥିଲେ ଏବଂ ପିଲାମାନଙ୍କୁ ଏହି ଭଳି କାର୍ଯ୍ୟ କରିବା ପାଇଁ ପ୍ରେରଣା ଦେଇଥିଲେ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *