ଶ୍ରାବଣ ର ଶେଷ ସୋମବାରରେ ଦୁଇ ଶୈବ ପୀଠ ରେ ରକ୍ତ ଦାନ ଶିବିର ଉଭୟ ଶିବିରରୁ ୭୬ୟୁନିଟ ରକ୍ତ ସଂଗୃହୀତ

ବରଗଡ , କ ବ୍ୟୁ ( ଫକୀର ଦୀପ )2026-ଅଗଷ୍ଟ -25 : ଉତ୍କଟ ରକ୍ତାଭାବକୁ କିଛି ପରିମାଣ ରେ ଦୂର କରିବା ପାଇଁ ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ର ପ୍ରାୟାସ।ପବିତ୍ର ଶ୍ରାବଣ ମାସ ଅବସରରେ ବରଗଡ଼ ଜିଲ୍ଲାର ଗାଇସିମା ଠାରେ ଅବସ୍ଥିତ ଅଷ୍ଟଶମ୍ଭୁ ଶୈବ ପୀଠ ଶ୍ରୀ ଶ୍ରୀ ବାବା ବରାଡ ବାଲୁଙ୍କେଶ୍ବର ମନ୍ଦୀର ପ୍ରାଙ୍ଗଣ ରେ ନିଷ୍ଠା ପରିବାର ଓ ମନ୍ଦୀର ପରିଚାଳନା କମିଟି ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର କୁ ଯୁବ ସରପଞ୍ଚ ଶ୍ରୀ ଧିରେନ ମହାପାତ୍ର ବରେଣ୍ୟ ଅତିଥି ଭାବରେ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶିବିର ର ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ସର୍ବମୋଟ ୪୩ୟୁନିଟ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ଠିକ୍ ସେହିପରି ଝାଡେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ମଧ୍ୟ ଅନୁରୂପ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରକୁ ଝଡେଶ୍ଵର ଶିବ ମନ୍ଦିର ର ବରିଷ୍ଠ କମିଟି ସଦସ୍ୟ ରୋହିତ ଭୋଇ,ସଭାପତି ସୁକାନ୍ତ ଭୋଇ ଫିତା କାଟି ଶିବିରର ଶୁଭାରମ୍ଭ କରିଥିଲେ।ଏହି ଶିବିର ରୁ ସର୍ବମୋଟ #୩୩ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ଉଭୟ ଶିବିର ରୁ ସର୍ବମୋଟ ୭୬ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଶ୍ରାବଣ ମାସର ଶେଷ ସୋମବାର ଅବସରରେ ମନ୍ଦୀରକୁ ପ୍ରଭୂ ଙ୍କ ପୂଜାର୍ଚ୍ଚନା ପାଇଁ ଆସୁଥିବା ଭକ୍ତ ମାନେ ସ୍ଵତଃ ରକ୍ତ ଦାନ କରିଥିଲେ। ଉଭୟ ଶିବିର ରେ ରକ୍ତ ଦାନ କରିଥିବା ରକ୍ତ ଦାତା,ସହଯୋଗୀ ଓ ଶୁଭେଚ୍ଛୁ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ।ଉଭୟ ଶିବିର କୁ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ମାନେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *