
ବାରିପଦା/ରାଢୋ ତା୨୫.୮.୨୬
(କ: ବ୍ଯୁ) :
ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଅନ୍ତର୍ଗତ ଡିହିରାକୁଳ ଉଚ୍ଚ ବିଦ୍ୟାଳୟ ରେ ଗତକାଲି ରାତିରେ ଚୋରି ହୋଇଯାଇଅଛି। ବିଦ୍ୟାଳୟ ଟି ଗ୍ରାମର ଶେଷ ଭାଗରେ ନିକାଞ୍ଚନ ସ୍ଥାନରେ ରହିଥିବାରୁ, ବିଦ୍ୟାଳୟ ରେ ବର୍ଷ ବର୍ଷ ଧରି ରାତ୍ର ଜଗୁଆଳି ନଥିବାରୁ, ବିଦ୍ୟାଳୟ ରେ ସୁରକ୍ଷା ପାଚେରୀ ନଥିବାରୁ କ୍ରମାଗତ ଭାବରେ ଚୋରି ହେଉଅଛି। ବିଦ୍ୟାଳୟ ର ଏ ସମସ୍ତ ସମସ୍ୟା ସମ୍ପର୍କରେ ପୁର୍ବରୁ ଖବର ମଧ୍ୟ ପ୍ରସାରଣ କରାଯାଇଛି।ଘଟଣାରୁ ପ୍ରକାଶ ଗତକାଲି ରାତିରେ ଅସାମାଜିକ ଶ୍ରେଣୀର ଦୁର୍ବୃତ୍ତ ମାନେ ବିଦ୍ୟାଳୟ ର ମୂଖ୍ୟ ଫାଟକକର ତାଲା କୁ ଭାଂଗି କାର୍ଯ୍ୟାଳୟ ଗୃହ, ଶ୍ରେଣୀ କୋଠରୀ, ରୋଷେଇ ଘର, ଲାଇବ୍ରେରୀ ପ୍ରଭୃତି କୋଠରୀ ର ତାଲା ଭାଂଗି ଆସବାସ ପତ୍ର ଲୁଟି ନେଇଛନ୍ତି। ପ୍ରତ୍ୟେକ କୋଠରୀ ରେ ରହିଥିବା ଆଲମିରା କୁ ଭାଂଗି ଦିଆଯାଇଛି। କୋଠରୀ ରେ ଲାଗିଥିବା ଫେନ ଗୁଡ଼ିକ,ସିସିଟିଭି ର ହାଡ଼ ଡିସ୍କ, ମଧ୍ୟାନ୍ନ ଭୋଜନ ପାଇଁ ରହିଥିବା ୧୧ କୁଇଣଟାଲ ଚାଉଳ, ବିଦ୍ୟୁତ ସରଞାମ ପ୍ରଭୃତି ଲୁଟି ନେଇଥିବାର ପ୍ରଧାନ ଶିକ୍ଷକ ପ୍ରକାଶ କରିଛନ୍ତି।ଆଜି ଏଥିପାଇଁ ପିଲାମାନେ ବାହାରେ ବସି ପାଠ ପଢୁଛନ୍ତି। ପ୍ରଧାନ ଶିକ୍ଷକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ , ପରିଚାଳନା କମିଟିର ସାଧୁ ଉଦ୍ୟମ ରେ ବିଦ୍ୟାଳୟ ର ପାରିପାର୍ଶ୍ବିକ ଉନ୍ନୟନ ହୋଇ ଆସୁଥିବା ସମୟରେ ଏମିତି ଚୋରି ହୋଇଥିବାରୁ ସେମାନଙ୍କ ର ମନବୋଳ ଭାଂଗି ଯାଉଅଛି ତା ସହିତ ପିଲାମାନଙ୍କର ପାଠ ପଢ଼ା ରେ ମଧ୍ୟ ଘୋର ବ୍ୟାଘାତ ସୃଷ୍ଟି ହେଉଛି।ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଅଛନ୍ତି। ଗୋଟିଏ ଶିକ୍ଷାନୁଷ୍ଠାନରେ ଏମିତି ଚୋରି ହେବା ହିନମନ୍ୱତାର ପରିଚାୟକ ।ଦୁର୍ବୃତ୍ତ ମାନଙ୍କୁ ଖୋଜି ବାହାର କରିବାପାଇଁ ଗ୍ରାମବାସୀ ମାନେ ଦାବି କରି ଅଛନ୍ତି।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)