


ରାଜଗାଙ୍ଗପୁର: (କ. ବ୍ୟୁ.)ଆଜି ରାଜଗାଙ୍ଗପୁରରେ ଜଶ୍ – ଇଦ୍ –ମିଲାଦୁନ ନବି ପର୍ବ ଭକ୍ତି ଏବଂ ଉତ୍ସାହ ସହିତ ପାଳିତ ହୋଇଯାଇଅଛି । ପ୍ରଫେଟ ମହମ୍ମଦଙ୍କ ଜନ୍ମଦିନ, ଅର୍ଥାତ୍, ପ୍ରଫେଟ ମହମ୍ମଦଙ୍କ 1501 ଜନ୍ମବାର୍ଷିକୀ ଅବସରରେ ସମଗ୍ର ସହର ରେ ଏହି ଉତ୍ସବ ଦେଖିବାକୁ ମିଳିଥିଲା। ଯଥା ଜାମା ମସଜିଦ, ମକବୁଲ ମସଜିଦ, ଗୌସିଆ ମସଜିଦ, ଦରଗାହ ଏବଂ ଘରଗୁଡ଼ିକୁ ସୁନ୍ଦର ଆଲୋକ ସଜ୍ଜା ରେ ସୁସଜ୍ଜିତ କରା ଯାଇଥିଲା। ଶାନ୍ତି ଏବଂ ଭାଇଚାରାର ବାର୍ତ୍ତା ବହନ କରି, ଜାମା ମସଜିଦରୁ ଶୋଭାଯାତ୍ରା ବାହାରି ବାରାଦ୍ୱାର ରୋଡ, ରବାନୀ ଚୌକ, ଭଟ୍ଟାପଡ଼ା ଲାଲବାବା ମଜାର, ସୁଭାଷ ଚୌକ, ଇସଲାମ ଚୌକ, ଇନ୍ଦିରା ଚୌକ, ମୋଇନବାବୁ ଚୌକ, ଖଡ଼ାଗଲୀ, ମେନରୋଡ ପୌରକାର୍ଯ୍ୟାଳୟ, ତାଲକିପଡ଼ା ଦେଇ ରାଜଗାଙ୍ଗପୁର ଫୁଟବଲ୍ ଗ୍ରାଉଣ୍ଡରେ ପହଞ୍ଚିଥିଲା ଓ ସେଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ଏକ ବକ୍ତୃତା କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜଗାଙ୍ଗପୁର ବିଧାୟକ ଡକ୍ଟର ସି.ଏସ୍. ରାଜେନ ଏକ୍କା, ତହସିଲଦାର ଜଗବନ୍ଧୁ ମଲ୍ଲିକ, ଅନିଲ ବରୁଆ, ସୁଶ୍ରୀତା ପାଇକରାୟ, ଇଫତେଖାର ଅହମ୍ମଦ (ପାକା ବାବୁ), ସୋଏବ ଆଲାମ, ପବନ ଗାଡୋଡିଆ, ଆଇନଜୀବୀ ଏମଡି ମୋହସିନ, କୁତୁବ ରବ୍ବାନି, ଦେବରଞ୍ଜନ ବିନୋଦଙ୍କ ସମେତ ଶତାଧିକ ସଂଖ୍ୟା ରେ ଗଣ୍ୟମାନ୍ୟ ବ୍ୟକ୍ତି, ବୃଦ୍ଧା ଓ ପିଲା ପ୍ରମୁଖ ଉପସ୍ଥିତ ରହିଥିଲେ।
ଏଠାରେ ଉଲେଖ୍ୟ ଯୋଗ୍ୟ ଯେ ମୁସଲିମ ସମ୍ପ୍ରଦାୟର ସଦସ୍ୟମାନେ ସକାଳ ଠାରୁ ମସଜିଦରେ ପ୍ରାର୍ଥନା ଏବଂ ମିଲାଦ ସମାବେଶରେ ଯୋଗ ଦେଇ ପୟଗମ୍ବର ମହମ୍ମଦଙ୍କ ଶିକ୍ଷା (ଶାନ୍ତି, ଭାଇଚାରା ଏବଂ ମାନବତା) କୁ ମନେ ପକାଇଛନ୍ତି। ବିଭିନ୍ନ ସ୍ଥାନରେ ଖାଦ୍ୟ, ପାନୀୟ ଏବଂ ମିଠା ବ୍ୟବସ୍ଥା କରାଯାଇଥିଲା। ବିଭିନ୍ନ ଛକରେ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଆରକ୍ଷିକ ଅଧିକ୍ଷକ ଅମୃତପାଲ କୌର, ଏସଡିପିଓ ବିଭୂତି ଭୂଷଣ ଭୋଇ, ଥାନା ଦାୟିତ୍ୱରେ ଥିବା ବିଜୟ କିଶୋର ଦାସ ଏବଂ ଅନ୍ୟ ଅନେକ ପ୍ରଶାସନିକ ଅଧିକାରୀ ଆଇନ ଶୃଙ୍ଖଳା ଉପରେ କଡ଼ାନଜର ରଖିଥିଲେ ।
(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )