ତହସିଲଦାରଙ୍କ ବେଦଖଲ, ଉପଖଣ୍ଡ ପ୍ରଶାସନର ସାଧାରଣ ଜନତାଙ୍କ ବିରୁଦ୍ଧରେ ରିଟ ପିଟିସନ କରି ହାଇକୋର୍ଟ ଓକିଲଙ୍କ ଉପରେ ମରଣାନ୍ତାକ ଆକ୍ରମଣ ଅଭିଯୋଗ :ଆକ୍ରମଣକାରୀଙ୍କ ତରଫରୁ ଅଭିଯୋଗକାରି ଓକିଲଙ୍କ ବିରୁଦ୍ଧରେ ସତୀତ୍ୱ ଲୁଣ୍ଠନ ଭଳି ପାଲଟା ମିଥ୍ୟା ଅଭିଯୋଗ

ପାଲଲହଡା : ରେଙ୍ଗାଲି ବୁଡ଼ିରେ ନିଜର ସମସ୍ତ ପୈତୃକ ଜମି ହରାଇ ସର୍ବସ୍ବନ୍ତ ହୋଇସାରି ସରକାରୀ ଜମି ଦେଢ଼ ଏକର ଜାଗା ମାଡିବସି ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ଓ ଅନ୍ୟମାନଙ୍କ ଭଳି ଦୀର୍ଘ ବର୍ଷ ହେବ ଚାଷ କରି ନିଜର ଗୁଜୁରାଣ ମେଣ୍ଟେଇ ଆସୁଥିବାବେଳେ ଗ୍ରାମର କିଛି ମୁଷ୍ଟିମେୟ ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ସ୍ଥାନୀୟ ତହସିଲ ପ୍ରଶାସନ ସମ୍ପୃକ୍ତ ଜବରଦଖଲକାରୀଙ୍କୁ ବେଦଖଲ ସ୍ୱରୂପ ଉଛେଦ ପାଇଁ ନିର୍ଦେଶ ଦେବାରୁ ସମ୍ପୃକ୍ତ ଜବରଦଖଲକାରୀ ଜଣଙ୍କ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ସ୍ଥାନୀୟ ଉପଖଣ୍ଡ ପ୍ରଶାସନର ଖାମଖିଆଲିପାଇଁ ଉପଯୁକ୍ତ ନ୍ୟାୟରୁ ବଂଚିତ ହେଉଥିବା ବେଳେ କେଶ ଲଢ଼ୁଥିବା ଓକିଲ ଜଣଙ୍କ କିପରି ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଛନ୍ତି ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପାଲଲହଡା ଉପଖଣ୍ଡ ଚସାଗୁରୁଜାଙ୍ଗ ଗ୍ରାମରେ !
ପ୍ରାପ୍ତ ଅଭିଯୋଗରୁ ପ୍ରକାଶ ଗତ 1980ମସିହାସୁଦ୍ଧା ଚସାଗୁରୁଜାଙ୍ଗ ମୌଜାର ୨୨୯ ନମ୍ବର ଖାତାରେ ଆବଦଯୋଗ୍ୟ ଅନାବାଦୀ ଜମି 462ଏକର 9ଡେସିମିଲ ଜମି ଗୋଚର, ଯବାନ ପ୍ଲଟ, ବୁଡି ଜାଗା ରହିଥିବାବେଳେ ସମସ୍ତ ଜାଗା ଗ୍ରାମର ଅଧିକାଂଶ ଲୋକଙ୍କ ଜବରଦଖଲରେ ରହିଆସିଛି !ଏଥିରୁ ପ୍ରାୟ ଦେଢ଼ ଏକର ଜାଗା ଗ୍ରାମର ରାଜୀବ ଲୋଚନ ସାହୁ ଜବରଦଖଲ କରିରଖି ସେଥିରେ ପନିପରିବା ଚାଷ କରି ନିଜର ପେଟ ପୋସିଆସୁଛନ୍ତି !ଉକ୍ତ ଦେଢ଼ ଏକର ଜାଗାକୁ ଗ୍ରାମର ପ୍ରେମାନନ୍ଦ ସାହୁ ଓ ଦିଲେଶ୍ଵର ପ୍ରଧାନ ନିଜ ଅକ୍ତିଆରକୁ ଆଣିବାକୁ ବାରମ୍ବାର ପ୍ରୟାସ କରି ବିଫଳ ହେବାରୁ ସ୍ଥାନୀୟ ତହସିଲଦାରଙ୍କ ଠାରେ ଜବରଦଖଲକାରୀ ରାଜୀବଙ୍କୁ ଉଛେଦ ପାଇଁ ବାରମ୍ବାର ଅଭିଯୋଗ କରିଆସୁଥିଲେ !ଅଭିଯୋଗକୁ ଭିତ୍ତିକରି ସ୍ଥାନୀୟ ତହସିଲଦାର ଗତ 25.06.2026ରିଖରେ କେଶ ନମ୍ବର ଇଭିସି 08/2026ରେ ଉଛେଦ ପାଇଁ ନୋଟିସ ଜରିକରିଥିଲେ !ତହସିଲଦାରଙ୍କ ଉକ୍ତ ସରକାରୀ ନିର୍ଦେଶନାମକୁ ଚ୍ୟାଲେଞ୍ଜ କରି ରାଜୀବ ଲୋଚନ ସାହୁ ଗତ ଜୁନ 25ତାରିଖରେ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ !ମାନ୍ୟବର ହାଇକୋର୍ଟ ଗତ ଜୁଲାଇ ମାସ 24ତାରିଖ W. P (C)ନମ୍ବର 22119/2026 ମୁତାବକ ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ଉକ୍ତ ଜାଗାର ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ଯୋଗାଇଦେବାକୁ ନିର୍ଦେଶନାମା ଜାରିକରିଥିଲେ !ମାତ୍ର ସ୍ଥାନୀୟ ଉପଜିଲ୍ଲାପାଳ ମାନ୍ୟବର ହାଇକୋର୍ଟଙ୍କ ନିର୍ଦେଶକୁ ବେଖାତିର କରି ଉକ୍ତ ଘଟଣାକୁ ଚାପିଦେଇଥିଲେ !ଫଳରେ ପୁନଶ୍ଚ ମାନ୍ୟବର ହାଇକୋର୍ଟ ଗତ 18ତାରିଖଦିନ ସ୍ଥାନୀୟ ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲଙ୍କୁ CONTC ନମ୍ବର 5299/2026ରେ କୋର୍ଟ ଅର୍ଡର ଅବମାନନା କରିଥିବାରୁ ଉକ୍ତ କେଶର ଅଗ୍ରଗତି ସମ୍ପର୍କରେ କାରଣ ଦର୍ଶାଅ ନୋଟିସ ଜାରିକାରୀ ଆସନ୍ତା ସେପ୍ଟେମ୍ବର ୮ ତାରିଖ ସୁଦ୍ଧା ହାଇକୋର୍ଟର ଅର୍ଡର ମାନିଲନା ନାହିଁ ତାହା ଜଣାଇବାକୁ କଡା ନିର୍ଦ୍ଧେଶନାମା ଜାରିକରିଛଛନ୍ତି !ଗତ ଅଠର ତାରିଖର ମାନ୍ୟବର ହାଇକୋର୍ଟଙ୍କ ନିର୍ଦେଶ ନାମା କଣ ପାଇଁ କାର୍ଯ୍ୟକାରୀ କରାଯାଇନି ବୋଲି ଅଭିଯୋଗକାରୀ ରାଜୀବ ଲୋଚନ ସାହୁଙ୍କ ତରଫରୁ କେଶ ଲଢ଼ୁଥିବା ଓକିଲ ଆଡ଼ଭୋକେଟ ଇନ୍ଦ୍ରମଣି ସାହୁ ଜାଣିବାକୁ ଚାହିବାରୁ ଜଣେ ଆଇନଜୀବୀଙ୍କୁ ମଧ୍ୟ ସ୍ଥାନୀୟ ଉପଜିଲ୍ଲାପାଳ ଆଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିଥିବାର ଜଣାପଡିଛି !ଅଭିଯୋଗକାରୀଙ୍କ ଓକିଲ ଇନ୍ଦ୍ରମଣି ସାହୁ ନିଜ ଘର ଚସାଗୁରୁଜାଙ୍ଗରେ ଅବସ୍ଥାନ କରୁଥିବାବେଳେ ସେହି 18ତାରିଖ ଦିନ ଗ୍ରାମର ପ୍ରାୟ ଶତାଧିକ ଲୋକ ଶ୍ରୀଯୁକ୍ତ ସାହୁଙ୍କୁ ଆଶ୍ରବ୍ୟ ଭାଷାରେ ଗାଳିଗୁଲଜ କରି ତୁରନ୍ତ ଏହି କେଶରୁ ଓହରି ଆସ ନହେଲେ ଜୀବନରୁ ମାରିଦେବୁ ଏବଂ ଗାଁ ରୁ ବାସନ୍ଦ କରିଦେବୁବୋଲି ଘର ଭିତରେ ଜୋର ଜବରଦସ୍ତ ପଶିଥିଲେ !ଫଳରେ ଆଡ଼ଭୋକେଟ ଶ୍ରୀଯୁକ୍ତ ସାହୁ ସ୍ଥାନୀୟ ଥାନାରେ ଆକ୍ରମଣକାରି ଦୁର୍ଯ୍ୟୋଧନ ସାହୁ, ପ୍ରଫୁଲ୍ଲ ସାହୁ, ଦିଲେଶ୍ଵର ପ୍ରଧାନ, ହରି ବେହେରା, ପୁଷ୍ପଞ୍ଜଳି ସାହୁ, ପୁଷ୍ପାଞ୍ଜଳି ପେଣ୍ଠେଇ, ବାଙ୍କୀ ବେହେରା, ବାପୁନ ସାହୁ ପ୍ରଭୃତିଙ୍କ ନାମରେ ଲିଖିତ ଅଭିଯୋଗ କରିବାପରେ ପୋଲିସ କେଶ ନମ୍ବର 233/19.08.2026ମୁତାବକ ଭାରତୀୟ ନ୍ୟାୟ ସଂହିତା 189(2)/191(2)/324(4)/329(4)/331(4)/351(3)/190ଦଫାରେ ମୋକଦମା ରୁଜ୍ଜ କରିଥିଲେ !ଶ୍ରୀଯୁକ୍ତ ସାହୁଙ୍କ ଏତଲା ପରେ ଆକ୍ରମଣକାରି ମାନେ ପୀଡିତ ଓକିଲଙ୍କ ବିରୁଦ୍ଧରେ ସେହି 19ତାରିଖରେ 21ତାରିଖ ରାତି ସାଢେ ସାତଟା ସମୟରେ ଆକ୍ରମଣକାରୀଙ୍କ ପକ୍ଷରୁ ପ୍ରଭାତୀ ପ୍ରଧାନ ନାମ୍ନୀ ଜଣେ ମହିଳା ତାଙ୍କ ବିରୁଦ୍ଧରେ ମିଥ୍ୟା ସତୀତ୍ୱ ଲୁଣ୍ଠନ ସମ୍ପୃକ୍ତ ଓକିଲ କରିଛନ୍ତି ବୋଲି ପାଲଟା ଅଭିଯୋଗ କରିଛନ୍ତି !ସମ୍ପୃକ୍ତା ମହିଳାଙ୍କ ଏତଲାକୁ ଭିତିକରି ସ୍ଥାନୀୟ ପୋଲିସ କେଶ ନମ୍ବର 238/2026ରେ ଭାରତୀୟ ନ୍ୟାୟ ସଂହିତା 206/115(2)/74/351(3)/3(5) ଭଳି ସଂଗୀନ ଦଫା ମାନ ଲଗେଇଛନ୍ତି !ଏ ସମ୍ପର୍କରେ ଆଜି ଅଭିଯୋଗକାରି ଓକିଲ ଇନ୍ଦ୍ରମଣି ସାହୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କେଶର ଆମୂଳଚୁଳ ବର୍ଣ୍ଣନା କରି ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ଅପାରଗତା ଓ ଖରାପ ବ୍ୟବହାର ସମ୍ପର୍କରେ ପ୍ରାମାଣିକ ତଥ୍ୟ ପ୍ରଦାନ କରି ମାନ୍ୟବର ସୁପ୍ରିମ କୋର୍ଟ ଙ୍କ ଆଦେଶ କୁ ଅବଲୋକନ ନକରି କିପରି ସ୍ଥାନୀୟ ପୋଲିସ ପରେ ଆଣିଥିବା ମିଥ୍ୟା ଏତଲାର କୌଣସି ତଦନ୍ତ ନକରି କିପରି କେଶ ରୁଜ୍ଜ କଲେ ତାହା ସମସ୍ତଙ୍କୁ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ବୋଲି କ୍ଷୋଭର ସହିତ ପ୍ରକାଶ କରିଛନ୍ତି !ସୁତରାଂ ଏହାର ଏକ ନିରପେକ୍ଷ ବିଧିବଦ୍ଧ ତଦନ୍ତ ହୋଇ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବାକୁ ବିଭିନ୍ନ ମହଲରେ ଦାବୀ ହୋଇଛି !

Leave a Reply

Your email address will not be published. Required fields are marked *