ପାଲଲହଡ଼ା : ପାଲଲହଡ଼ା ଥାନା ପୋଲିସ ଦ୍ଵାରା ଆଜି ଜଣେ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।ଅଭିଯୁକ୍ତ ଜଣକ ହେଲେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଜେନାପୁର ପୋଷ୍ଟ ଅଫିସ, ପୁଣ୍ଟୁରୀ ଗ୍ରାମର ଚନ୍ଦନ କୁମାର ସାହୁଙ୍କ ପୁଅ ରଞ୍ଜନ କୁମାର ସାହୁ(୪୦) ।ପାଲଲହଡ଼ା ଥାନା କେସ୍ ନମ୍ବର-୧୯୦, ତାରିଖ ୧୪.୦୭.୨୦୨୬, ଧାରା 137(2)/64(2)(m)/3(5) BNS/6 POCSO Act ଅଧୀନରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।ଏହି ଘଟଣାର ସଂକ୍ଷିପ୍ତ ବିବରଣୀ ନିମ୍ନରେ ଦିଆଗଲା:
ଘଟଣାର ବିବରଣୀ:
ଗତ ୧୪.୦୭.୨୦୨୬ ରିଖ ଦିନ ଜଣେ ମହିଳା ତାଙ୍କର ନାବାଳିକା ଝିଅ ଅପହରଣ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ।ମାମଲା ରୁଜୁ ହେବାର ଅତି କମ ସମୟ ମଧ୍ୟରେ ଅଭିଯୋଗକାରୀଙ୍କ ନାବାଳିକା ଝିଅକୁ ଉଦ୍ଧାର କରାଯାଇଥିଲା । ଏହାପରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବା ସହ ତାଙ୍କର ଡାକ୍ତରୀ ମାଇନା(ମେଡିକାଲ ପରୀକ୍ଷା) କରାଯାଇଥିଲା । ପୀଡ଼ିତାଙ୍କ ବୟାନ ଏବଂ ମେଡିକାଲ ରିପୋର୍ଟ ଆଧାରରେ ଅଭିଯୁକ୍ତ ରଞ୍ଜନ କୁମାର ସାହୁଙ୍କୁ ଗିରଫ କରାଯାଇ ମାନ୍ୟବର ପସ୍କୋ କୋର୍ଟ, ଅନୁଗୋଳଙ୍କ ନିକଟକୁ ପଠାଯାଇଛି ।
ଅଭିଯୁକ୍ତ:
ରଞ୍ଜନ କୁମାର ସାହୁ (୪୦), ପିତା-ଚନ୍ଦନ କୁମାର ସାହୁ, ଗ୍ରାମ-ପୁଣ୍ଟୁରୀ, ପୋଷ୍ଟ-ଜେନାପୁର, ଥାନା-ଧର୍ମଶାଳା, ଜିଲ୍ଲା-ଯାଜପୁର । ତାଙ୍କୁ ଗତ ୧୬.୦୭.୨୦୨୬ ରିଖ ଦିନ ଗିରଫ କରାଯାଇ ଆଜି ମାନ୍ୟବର ପସ୍କୋ କୋର୍ଟ, ଅନୁଗୋଳଙ୍କ ସମ୍ମୁଖରେ ହାଜର କରାଯାଇଛି ।