କଂଗ୍ରେସ ନେତା ଡକ୍ଟର ସନ୍ତୋଷ ବଳ‌ ଙ୍କର ବଡଚଣା ବନ୍ୟାଞ୍ଚଳ ପରିଦର୍ଶନ ଓ ଶୁଖିଲା ଖାଦ୍ୟ ବଣ୍ଟନ

ଚଣ୍ଡିଖୋଲ ତା ୨୧/୮(କ.ଵ୍ୟୁ) (ପ୍ରଶାନ୍ତ ଜେନାଙ୍କ ରିପୋର୍ଟ) ଚଳିତ ମାସ ପ୍ରବଳ ବର୍ଷା ଓ ଗେଙ୍ଗୁଟି, ବିରୂପା ନଦୀ ରେ ବନ୍ୟା ଜଳ ପ୍ରବେଶ କରିବା ଦ୍ଵାରା ଅଣକା , ମାଣ୍ଡୂକା , ଚରିନଙ୍ଗଲ , ନାଳିପୂର୍ , ଗୋପାଳପୁର, ମଝିପଡ଼ା, ଅଛୁତ ବସନ୍ତ ସମେତ ବହୁ ପଞ୍ଚାୟତ ରେ ଜଳାର୍ଣ୍ଣବ୍ ଅବସ୍ଥାରେ ରହିଛି। ସାଧାରଣ ଲୋକ ମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଅଣକା ପଞ୍ଚାୟତ ର ଚାଷ ଜମିରେ ଜଳମଗ୍ନ ହୋଇଥିବାରୁ ଚାଷୀ ମାନେ ଫସଲ୍ ଉତ୍ପାଦନ କରିବା ସମ୍ଭବପର ନୁହେଁ। ଏଥି ପାଇଁ ଆଜି ଯାଜପୁର ଜିଲ୍ଲା କଂଗ୍ରେସ କମିଟି ର ଉପ ସଭାପତି ତଥା ବଡଚଣା ନିର୍ବାଚନ ମଣ୍ଡଳୀର ନେତା ଡକ୍ଟର ସନ୍ତୋଷ କୁମାର ବଳ ଅଣାକା ପଞ୍ଚାୟତ ଗସ୍ତ କରି ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ କରିଛନ୍ତି । ଉକ୍ତ ପଞ୍ଚାୟତର ଦକ୍ଷିଣକୁଳ , ଖଡ଼ିଆଙ୍ଗ, ମହାଦେଇ ପୁର, ରାହାଳ, ମହିପୁର, ଅଣକା, ସମେତ ଅନ୍ୟ କେତେକ ଗ୍ରାମକୁ ଯାଇ ସାଧାରଣ ଲୋକ ମାନଙ୍କ ସହିତ ବନ୍ୟା ସମ୍ପର୍କରେ ଓ ଲୋକ ମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ସେଠାରେ ବନ୍ୟା ପ୍ରପୀଡ଼ିତ ୫୦୦ରୁ ଉର୍ଦ୍ଧ୍ବ ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥଲେ। ତାଙ୍କ ସହିତ ବଦଚଣ ପଞ୍ଚାୟତ ସମିତିର ପୁର୍ବତନ ଅଧ୍ୟକ୍ଷ ନିରଞ୍ଜନ ସାହୁ, ସୁଧାଂଶୁ ଶେଖର ନାୟକ, ବିପିନ ଭୁୟାଁ, ସନ୍ତୋଷ ଦଳେଇ, ମୋହନ କୁମାର୍ ବେହେରା, ନିହାର ରଞ୍ଜନ ନାୟକ, କାବୁଲି ଜେନା, ଅମରେନ୍ଦ୍ର ଓଝା ସମେତ ବହୁ କଂଗ୍ରେସ କର୍ମୀ ଏହି ରିଲିଫ ବଣ୍ଟନରେ ସହଯୋଗ କରିଥିଲେ । 

Leave a Reply

Your email address will not be published. Required fields are marked *