ଓଡ଼ିଶା ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ କାର୍ଯ୍ୟାଳୟ ରେ ୮୦ତମ ସ୍ୱାଧୀନତା ଦିବସ ପାଳନ

କଟକ : ଓଡ଼ିଶା ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ (ୟୁ. ଟି. ଆ) କାର୍ଯ୍ୟାଳୟ ପରିସରରେ ୮୦ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ମୁଖ୍ୟ ଅତିଥି ରୂପେ ସଂଘ ର କାର୍ଯ୍ୟକାରୀ ସଭାପତି ଡ. ଅର୍ଜୁନ କୁମାର ବିଶ୍ୱାଳ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଛାତ୍ରଛାତ୍ରୀ ମାନେ ଉକ୍ତ ଦିବସର ତାତ୍ପର୍ଯ୍ୟ ଦର୍ଶାଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଉତ୍ସବ କୁ ସଂଘର କୋଷାଧକ୍ଷ ଶ୍ରୀ ଗଙ୍ଗାଧର ସେନାପତି ପରିଚାଳନା କରିଥିଲେ ଓ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀ ଭରତ ଚନ୍ଦ୍ର ନାୟକ ଏହାକୁ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *