

କଟକ: ସ୍ୱାଧୀନତା ଦିବସ ଅବସରରେ କଟକ ଜିଲ୍ଲା ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଶିବ କୁମାର ଅଗ୍ରୱାଲଙ୍କ ନେତୃତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରାରେ ଛାତ୍ରଛାତ୍ରୀ ଓ ଯୁବବର୍ଗଙ୍କ ମଧ୍ୟରେ ଦେଶପ୍ରେମ ଓ ଜାତୀୟ ଏକତାର ଭାବନା ପ୍ରକାଶ ପାଇଥିଲା।
ହାତରେ ତ୍ରିରଙ୍ଗା ଧରି ଶତାଧିକ ଛାତ୍ରଛାତ୍ରୀ ଶୋଭାଯାତ୍ରାରେ ସାମିଲ ହୋଇ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରିଥିଲେ। ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସର ଏହି ଅବସରରେ ଦେଶପ୍ରେମର ଭାବନାରେ ଉତ୍ସବମୁଖର ହୋଇଉଠିଥିଲା।
କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ନଗର ସଭାପତି ଆଇନଜୀବୀ ଡ଼ ବିପ୍ଲବ ଶିଳାଦିତ୍ୟ ମୁଖ ଅତିଥି ଭାବେ ଯୋଗଦେଇଥିଲେ l ଯୁବନେତା ପ୍ରତୀକ ନାୟକ, ଛାତ୍ରନେତା ଅରିଜିତ ରାଉତରାୟ, ହିମାଂଶୁ ସ୍ୱାଇଁ, ଆଶୁତୋଷ ରାଉତ, ଦେବାଶିଷ ଗୁରୁ, ସମୀକ୍ଷା ସାହୁ, ମୋନାଲିସା ମହାପାତ୍ର, ଅର୍ମାନ୍ ପ୍ରଧାନ, ତପନ ବେହେରା, ରାଜ ବିଜୟ ଓ ଦିବ୍ୟକାନ୍ତ ମହାପାତ୍ରଙ୍କ ସମେତ ୭୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇଥିଲେ।