କ୍ରାଇମ୍ ବ୍ରାଞ୍ଚର ଡିଜି ବିନୟତୋସ ମିଶ୍ର ଆଜି ଅପରାହ୍ନ ରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ

କଟକ : ବକ୍ସିବଜାର ସ୍ଥିତ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ କାର୍ଯ୍ୟାଳୟ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ବିଦାୟୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ନବ ନିଯୁକ୍ତ ଡିଜି ବିନୟ ତୋଷ ମିଶ୍ର ଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଶ୍ରୀ ଖୁରାନିଆ ଆଜି ଅବସର ଗ୍ରହଣ କରୁଥିବାରୁ ରାଜ୍ୟ ସରକାର ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଶ୍ରୀ ବିନୟ ତୋଷ ମିଶ୍ର ଙ୍କୁ ପୋଲିସ ମହାନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଦେଇଛନ୍ତି। ଶ୍ରୀ ମିଶ୍ର ଦାୟୀତ୍ୱ ନେବାପରେ ପୋଲିସ ଅଧିକାରୀ ମାନେ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି। ଏଠାରେ ସୂଚାଇ ଦିଆଯାଇପାରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତି କୁ ନେଇ ସୁପ୍ରିମ କୋର୍ଟରେ ଏକ ଜନ ସ୍ୱାର୍ଥ ମାମଲା ଦାୟର କରାଯାଇଛି। ଏହାର ଶୁଣାଣି ଆସନ୍ତା 18 ତାରିଖ ଦିନ କରାଯିବ। ଯାହାଫଳରେ ରାଜ୍ୟ ସରକାର କ୍ରାଇମ୍ ବ୍ରାଞ୍ଚ ଡିଜି ବିନୟ ତୋଷ ମିଶ୍ର ଙ୍କୁ ରାଜ୍ୟ ସରକାର ଅତିରିକ୍ତ ଡିଜି ଭାବରେ ଦାୟିତ୍ୱ ଦେଇଛନ୍ତି। ଶ୍ରୀ ମିଶ୍ର ଦାୟୀତ୍ୱ ନେବାପରେ ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେଇ
କହିଲେ ରାଜ୍ୟ ସରକାର ଏହି ନୂଆ ଦାୟିତ୍ବ ଦେଇଛନ୍ତି ନୂଆ ଗୁରୁ ଦାୟିତ୍ବ ମିଳିଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ। ପୋଲିସ ବିଭାଗକୁ ଅଧିକ ସୁଦୃଢ଼ କରିବା ହେଉଛି ମୋର ପ୍ରଥମ ପ୍ରାଥମିକତା। ପୋଲିସ ବ୍ୟବସ୍ଥା ସୁରୁଖୁରୁରେ କେମିତି ଚାଲିବ ତାକୁ ଅଧିକ ଗୁରୁତ୍ୱ ଦିଆଯିବ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ରଖିବା ଉପରେ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯିବ। ରାଜ୍ୟର ସବୁ ଜିଲ୍ଲାର ଏସପି ଭଲ ଭାବେ କାମ କରୁଛନ୍ତି। ସାଇବର ସୁରକ୍ଷା ଓ ମହିଳା ସୁରକ୍ଷା ସଦାବେଳେ ଚ୍ୟାଲେଞ୍ଜ ଥାଏ। ହେଲେ ଏହାର ମୁକାବିଲା କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ସବୁ ଜିଲ୍ଲାରେ ସାଇବର ଥାନାରେ କରାଯାଇଛି। ସାଇବର ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ରାଜ୍ୟବାସୀଙ୍କୁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷା ଦେବା ଆମର ଦାୟିତ୍ୱ ବୋଲି କହିଛନ୍ତି ଅନ୍ତରୀଣ ଡିଜିପି।

Leave a Reply

Your email address will not be published. Required fields are marked *