ନୟାଗଡ : ଘରୋଇ ଶିକ୍ଷାନୁଷ୍ଠାନ ରେ ଛାତ୍ର। ଛାତ୍ର ଙ୍କ ପରିବାର ପକ୍ଷରୁ ଟାଉନ ଥାନାରେ ଲିଖିତ ଅଭିଯୋଗ। ନୟାଗଡ କଲେଜ ନିକଟରେ ସାଇ ସାହାରା ନାମକ ଏକ ଘରୋଇ ଶିକ୍ଷାନୁଷ୍ଠାନ ରହିଛି। ସେଠାରେ ତୃତୀୟ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଠାହେଉଛି। ୨ ଦିନ ତଳେ ଜଣେ ଅଷ୍ଟମ ଶ୍ରେଣୀ ର ଛାତ୍ର କୁ ଦଶମ ଶ୍ରେଣୀ ର ୨ ଜଣ ଛାତ୍ର ଓ ଅଷ୍ଟମ ଶ୍ରେଣୀ ର ଜଣେ ଛାତ୍ର ବିସ୍କୁଟ ଓ ମିଶ୍ଚର ମାଗିଥିଲେ। ନଦେବାରୁ ଅଷ୍ଟମ ଶ୍ରେଣୀ ର ଛାତ୍ର କୁ ମାଡ଼ ମାରିବା ଶହ ଲୁହା ପାଇପ ରେ ମାଡ଼ ମାରିଥିଲେ। ଶୁକ୍ରବାର ଦିନ ଛାତ୍ର କୁ ବାପା ମା ଘର କୁ ନେଇଥିଲେ। ଛାତ୍ର ଘରେ ମାଡ଼ ଖାଇଥିବା କହିଥିଲା। ଆଜି ଛାତ୍ର ର ପରିବାର ପକ୍ଷରୁ ମାଡ ମାରିଥିବା ଛାତ୍ର ଓ ଘରୋଇ ଶିକ୍ଷାନୁଷ୍ଠାନ ମାଲିକ ଙ୍କ ନାମରେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଟାଉନ ପୋଲିସ ଛାତ୍ର, ଅଭିଭାବକ ଓ ଘରୋଇ ଶିକ୍ଷାନୁଷ୍ଠାନ ର ଶିକ୍ଷକ ଙ୍କୁ ଡାକି ଆପସ ସମାଧାନ କରିଛି। ଯଦି କିଛି ଏଭଳି ଘଟଣା ଘଟେ ଶିକ୍ଷାନୁଷ୍ଠାନ ବିରୋଧ ରେ ଦୃଢ଼ କାର୍ଯାନୁଷ୍ଠାନ ନିଆଯିବ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ