ଟଙ୍କା ନଦେଲେ ନୟାଗଡ ମୁଖ୍ୟ ଚିକିତ୍ସାଳୟ ରେ ହେଉନାହିଁ ସର୍ଜରୀ

ନୟାଗଡ଼ : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟଙ୍କା ନଦେଲେ ହେଉନାହିଁ ସର୍ଜରୀ। ସର୍ଜରୀ କରାଇବା ପାଇଁ ଫୋନ ପେ ନେଉଛନ୍ତି ଟଙ୍କା । ଏଭଳି ଅଭିଯୋଗ ଆସିଛି ନୟାଗଡ ମୁଖ୍ୟ ଚିକିତ୍ସାଳୟ ରୁ। ଆଜି ସନ୍ଧ୍ୟା ୭ ଟା ସମୟରେ ଓଡଗାଁ ଥାନା ପାଇକସାହି ଗାଁ ର ଲଷ୍ମୀ ନାୟକ ଙ୍କ ପନିକି ରେ ଗୋଡ଼ କଟିଯାଇଥିଲା। ସେ ଗୁରୁତର ଅବସ୍ଥାରେ ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ଆସିଥିଲେ। ସେଠାରେ ଡାକ୍ତର ତାଙ୍କ ଡ୍ରେସିଂ ରୁମ ରେ ସର୍ଜରୀ କରିବାକୁ କହିଥିଲେ। ସେଠାରେ କଣ୍ଟାଚୁଆଲ କାର୍ଯ୍ୟ କରୁଥିବା ଅର୍ଜୁନ ନାମକ ବ୍ୟକ୍ତି ତାଙ୍କୁ 4500 ଦେବାକୁ ଲାହିଥିଲେ। ନଚେତ ତାଙ୍କର ସର୍ଜରୀ କରିବେ ନାହିଁ ବୋଲି କହିଥିଲେ। ସେଠାରୁ ସେ ଫୋନ ପେ ମାଧ୍ୟ୍ୟମରେ ଟଙ୍କା ନେଇଥିଲେ। ଖବର ପାଈ ନୟାଗଡ ର ଯୁବ ସଂଘାଠନ ବ୍ୟକ୍ତି ଆସି ପଟି ତୁଣ୍ଡ କରିଥିଲେ। ପରେ ସେ ଫୋନ ପେ ରେ ଟଙ୍କା ଫେରାଇ ଥିଲେ। ସର୍ଜରୀ କରିଥିବା ମହିଳା ଙ୍କ ପରିବାର ପକ୍ଷରୁ ନୟାଗଡ ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଙ୍କୁ ଅଭିଯୋଗ କରିଛନ୍ତି।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *