କଟକ, ତା. ୦୫.୦୮.୨୦୨୬ ରିଖ – ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (Special Intensive Revision-SIR)-୨୦୨୬ ପାଇଁ ସଂଶୋଧିତ ସମୟସୂଚୀ ପ୍ରକାଶ ପାଇଛି । ସଂଶୋଧିତ ସୂଚୀ ଅନୁଯାୟୀ ଭୋଟର ତାଲିକାରେ ନାମ ସଂଯୋଗ ସମ୍ବନ୍ଧିତ ଦାବି ଓ ଆପତ୍ତି ଦାଖଲ କରିବାର ତା ୧୯.୦୮.୨୦୨୬ ରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ଅବଧି ୦୫.୦୭.୨୦୨୬ ଠାରୁ ୦୪.୦୮.୨୦୨୬ ପର୍ଯ୍ୟନ୍ତ ଥିଲା । ସେହିପରି ଦାବି ଓ ଆପତ୍ତିର, ଶୁଣାଣି ଓ ଫଇସଲା ପ୍ରକ୍ରିୟା ଅବଧି ୧୭.୦୯.୨୦୨୬ ରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ପୂର୍ବରୁ ଏହି ଅବଧି ତା୦୫.୦୭.୨୦୨୬ ରିଖ ଠାରୁ ତା ୦୨.୦୯.୨୦୨୬ ରହିଥିଲା । ସେହିପରି ଚୂଡ଼ାନ୍ତ ଭୋଟର ତାଲିକା ତା ୨୧.୦୯.୨୦୨୬ ରିଖ ପ୍ରକାଶ ପାଇବ । ସମସ୍ତ ଯୋଗ୍ୟ ମତଦାତାଙ୍କୁ ଏହି ନିର୍ଦ୍ଧାରିତ ସମୟ ମଧ୍ୟରେ ଭୋଟର ତାଲିକାରେ ନାମ ସଂଯୋଜନ, ବିଲୋପ, ସଂଶୋଧନ କିମ୍ବା ସ୍ଥାନାନ୍ତରଣ ସମ୍ବନ୍ଧୀୟ ଦାବି ଓ ଆପତ୍ତି ଦାଖଲ କରିବାକୁ ଅନୁରୋଧ କରାଯାଉଛି ।