
କଟକ : ସରସ୍ବତୀ ଶିଶୁ ବିଦ୍ଯାମନ୍ଦିର, ମହାନଦୀ ବିହାର, ଶିଖରପୁର କଟକରେ ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି।ଉଦଘାଟନୀ ଉତ୍ସବରେ NRRI (CRRI)ର ପ୍ରିନ୍ସିପାଲ୍ ସାଇଣ୍ଟିଷ୍ଟ ଡଃ ଅରୂପ ମୁଖାର୍ଜୀ ଉଦଘାଟକ ଭାବରେ ଯୋଗ ଦେଇ ଅତୀତରେ ବୈଜ୍ଞାନିକମାନେ ଶୈଶବ ଅବସ୍ଥାରେ ଉଦ୍ଭାବନ କରିଥିବା ବିଭିନ୍ନ ତଥ୍ୟ ବିଷୟରେ ଆଲୋଚନା କରିଥିଲେ।ପରିଚାଳନା ସମିତିର ସଭାପତି ମାନନୀୟା ପ୍ରତିମା ଶତପଥୀ ଶିଶୁ ବିଜ୍ଞାନୀମାନଙ୍କୁ ଭବିଷ୍ୟତରେ ଦେଶପାଇଁ ଗୌରବ ଆଣିବା ନିମନ୍ତେ ଆହ୍ଵାନ ଦେଇଥିଲେ। ପରିଚାଳନା ସମିତିର ଉପସଭାପତି ଡଃ ଦେବବ୍ରତ ପୃଷ୍ଟି ଶିଶୁ ବୈଜ୍ଞାନିକମାନଙ୍କୁ ଦେଶ ପାଇଁ ଗୌରବ ଆଣିବା ପାଇଁ କହିଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରମୋଦ କୁମାର ଦାଶ ସ୍ବାଗତ ଭାଷଣ ସହିତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ସମାରୋପ ସମାରୋହରେ ଜେ.କେ.ବି.କେ. ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପଦ୍ମଜା ପଣ୍ଡିତ୍ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆଧ୍ୟାତ୍ମିକତା ଓ ବିଜ୍ଞାନ ଉଭୟ ଆମ ଜୀବନ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ବର୍ଣ୍ଣନା କରିଥିଲେ।ପରିଚାଳନା ସମିତିର ସମ୍ପାଦକ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ନାୟକ ଶିଶୁମାନଙ୍କୁ ବିଜ୍ଞାନ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରିବା ପାଇଁ ଆହ୍ବାନ ଦେଇଥିଲେ। ଦିବାପ୍ରମୁଖ ଶ୍ରୀଯୁକ୍ତ ଚକ୍ରଧର ଦାଶ ଓ ଶ୍ରୀଯୁକ୍ତ ସମୀର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।ପରିଚାଳନା ସମିତିର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଭାଗିରଥୀ ଦଳାଇ,ଯୁଗ୍ମ ସମ୍ପାଦକ ଶ୍ରୀମତୀ ସତ୍ଯଭାମା ମହାନ୍ତି ଓ ସଦସ୍ଯ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ଦଳାଇ ଉପସ୍ଥିତ ରହି ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ।ଶ୍ରୀମତୀ ସ୍ନେହଲତା ସ୍ବାଇଁ ମଞ୍ଚ ସଂଯୋଜନା କରିଥିଲେ।ବିଦ୍ୟାଳୟର ବିଜ୍ଞାନ ପ୍ରମୁଖ ଶ୍ରୀଯୁକ୍ତ ସନ୍ଦିପ କୁମାର ପଣ୍ଡା ବିଜ୍ଞାନ ମେଳାର ବୃତ୍ତ ପଠନ କରିଥିଲେ।ବିଜ୍ଞାନ ଓ ଗଣିତ ପ୍ରକଳ୍ପ, ବିଜ୍ଞାନ ଓ ଗଣିତ ପତ୍ରବାଚନ,ପ୍ରୟୋଗ, ପ୍ରଶ୍ନ ମଞ୍ଚ, ମୂର୍ତ୍ତି କଳା,ସଂସ୍କୃତି ଜ୍ଞାନର ଞକଥକପୋଥନ ଇତ୍ୟାଦିରେ ମୋଟ ୨୬୭ ଜଣ ପ୍ରତିଭାଗୀ ଅଂଶଗ୍ରହଣ କରିଥିଲେ।ଶେଷରେ କୃତି ପ୍ରତିଭାମାନଙ୍କୁ ପୁରସ୍କୃତ କରାଯାଇଥିଲା।ଶ୍ରେଷ୍ଠତ୍ବ ଅର୍ଜନ କରିଥିବା ପ୍ରତିଭାଗୀମାନେ ସଂକୁଳ ଜ୍ଞାନ ବିଜ୍ଞାନ ମେଳାରେ ଯୋଗ ଦେବେ। ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ସେବକ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସରସ ସୁନ୍ଦର ହୋଇଥିଲା।