

କଟକ : ଓଡିଶାର ସର୍ବପୁରତନ ଶିକ୍ଷାନୁଷ୍ଠାନ ଭାବରେ ବିବେଚିତ କଟକର ରେଭେନ୍ସା ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ 5ଦଫା ଦାବୀ ନେଇ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଶିକ୍ଷକ ସଂଘ ପକ୍ଷରୁ ରେଭେନ୍ସା ପରିସରରୁ ଏକ ଶୋଭାଯାତ୍ରାରେ ଆସି ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ଯାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଶ୍ବବିଦ୍ୟାଳୟର ଶିକ୍ଷକମାନଙ୍କୁ ଆକ୍ଷେପ କରି ଜନୈକ ରାଜନୈତିକ ଦଳର ନେତା ମନ୍ତବ୍ୟ ଦେଇଥିବାରୁ ଏହାର ପ୍ରତିବାଦ କରି ନିଃସ୍ଵାର୍ଥ ଭାବରେ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିବାକୁ ଦାବୀ କରାଯାଇଛି। ଏହା ବ୍ୟତୀତ ବିଶ୍ବବିଦ୍ୟାଳୟକୁ ରାଜନୀତିରୁ ଉର୍ଦ୍ଧ୍ଵରେ ରଖି ପ୍ରଶାସନିକ କ୍ଷେତ୍ରରେ ହସ୍ତକ୍ଷେପ ନ କରିବା ପାଇଁ ଦାବୀ କରାଯାଇଛି। ବିଶ୍ବବିଦ୍ୟାଳୟର ଐତିହ୍ୟ ଓ ସମ୍ମାନ ରକ୍ଷା କରରାଯାଉ। ଏଥିସହିତ ରେଭେନ୍ସା ବିଶ୍ୱବିଦ୍ୟାଳୟ ସ୍ଵୟଂଶାସିତ ବିଶ୍ବବିଦ୍ୟାଳୟରେ ପରିଣତ ହୋଇଛି। ତେଣୁ ଏହାର ସମ୍ମାନ ରକ୍ଷା କରାଯାଉ। ଶିକ୍ଷକ ସଂଘ ପକ୍ଷରୁ 5 ଦଫା ଦାବୀ ସମ୍ମିଳିତ ଏକ ଦାବିପତ୍ର କୁଳପତିଙ୍କୁ ପ୍ରଦାନ କାରରଜାଇଛି। ଶିକ୍ଷକ ସଂଘର ସଭାପତି ପ୍ରଫେସର ଊର୍ମିଶ୍ରୀ ବେଦମାତା ଓ ସମ୍ପାଦକ ଶିବ ଶେଖର ସାହୁଙ୍କ ନେତୃତ୍ବରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ। ଏଠାରେ ସୁଚାଇ ଦିଆଯାଇପାରେ ଯେ ନିକଟରେ ଜନୈକ ରାଜନୈତିକ ଦଳର ନେତା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପ୍ରତି କାଟୁ ମନ୍ତବ୍ୟ ଦେଇ ଆକ୍ଷେପ କରିଥିବାରୁ ଏହାକୁ ନେଇ ଶିକ୍ଷକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।