କିରୋସିନ ତେଲର ନୂତନ ଖୁଚୁରା ଓ ପାଇକାରୀ ଦର ନିର୍ଦ୍ଧାରଣ


କଟକ ତା ୦୬.୦୮.୨୦୨୬ ରିଖ: କିରୋସିନ (S.K. Oil) ତେଲର ପାଇକାରୀ ଓ ଖୁଚୁରା ବିକ୍ରୟ ଦର ସମ୍ପର୍କରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଦେଶ ଜାରି କରାଯାଇଛି। ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ବିଭାଗର ପତ୍ର ସଂଖ୍ୟା 11282, ତାରିଖ 02.07.2026 ଅନୁସାରେ ଏବଂ ଏସ୍‌.କେ. ତୈଳ ଡିପୋର ସ୍ଥିତିକୁ ଆଧାର କରି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ କିରୋସିନ ତୈଳର ପାଇକାରୀ ଦର ନିର୍ଦ୍ଧାରଣ କରିଛନ୍ତି।
ଏହି ଆଦେଶ ଅନୁଯାୟୀ, ବିଭିନ୍ନ ସ୍ଥାନ ପାଇଁ ପାଇକାରୀ ଓ ଖୁଚୁରା ବିକ୍ରୟ ଦର ସଂଲଗ୍ନ ତାଲିକା ଅନୁସାରେ ଲାଗୁ ହେବ। ନୂତନ ଏକ୍ସ-ଡିପୋ ଦରରେ ପାଇକାରୀ ବ୍ୟବସାୟୀମାନେ ଷ୍ଟକ୍ ଉଠାଇବା ପରେ ୧ ଜୁଲାଇ ୨୦୨୬ରୁ ଏହି ଦର କାର୍ଯ୍ୟକାରୀ ହେବ।

Leave a Reply

Your email address will not be published. Required fields are marked *