କଟକ, ତା. ୦୧.୦୮.୨୦୨୬ ରିଖ : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ ତାରିଖରେ ବାଙ୍କୀ, ବାଆଁରାସ୍ଥିତ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦଘାଟନ କାର୍ଯ୍ୟକ୍ରମ ରେ ଯୋଗଦେବା ପରିପ୍ରେକ୍ଷୀରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଭାରୀ ଯାନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି । ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଆଞ୍ଚଳିକ ସଡକ ପରିବହନ କର୍ତ୍ତୃପକ୍ଷ ,ଅଧ୍ୟକ୍ଷ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ନିର୍ଦ୍ଦେଶ ଅନୁଯାୟୀ , ତା ୦୨.୦୮.୨୦୨୬ ରିଖ ରାତି ୧୨ଟା ଠାରୁ ତା ୦୩.୦୮.୨୦୨୬ ରିଖ ରାତି ୧୨ଟା ପର୍ଯ୍ୟନ୍ତ ବାରଙ୍ଗ- ବାରଙ୍ଗ ଅଫିସ ଛକ – ତ୍ରିଶୁଳିଆ – ଗୋଡ଼ିସାହି – ଭାରତ ମସଲା ଛକ – ସିଆଇଏସଏଫ୍ ମୁଣ୍ଡୁଳି – ରାମଚଣ୍ଡୀ (ବାଆଁରା) – ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ରାସ୍ତାରେ ବାଲି, ଚିପ୍ସ ଓ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ପରିବହନ କରୁଥିବା ଭାରୀ ଯାନ, ଯଥା ଟ୍ରକ୍, ଟିପର, ହାଇୱା ଓ ଟ୍ରାକ୍ଟର ଚଳାଚଳ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ରାଷ୍ଟ୍ରପତିଙ୍କ ସୁରକ୍ଷିତ ଗସ୍ତ , ସାଧାରଣ ଲୋକଙ୍କ ସୁବିଧା ଏବଂ ଯାତାୟାତର ସୁଚାରୁ ପରିଚାଳନାକୁ ଦୃଷ୍ଟିରେ ରଖି ଏହି କଟକଣା ଲାଗୁ କରାଯାଇଛି ।