ଆସନ୍ତା ସୋମବାର ଡମପଡାଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି


କଟକ,ତା୦୧.୦୮.୨୦୨୬ ରିଖ –ଅଗଷ୍ଟ ୦୩ ତାରିଖ ସୋମବାର ଡମପଡା ବ୍ଲକ ପଥପ୍ରାନ୍ତ ସୁବିଧା କେନ୍ଦ୍ର,( way side amenities centre), ଜାତମୁଣ୍ଡିଆ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ , ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ । ଏହି ଅଭିଯୋଗ ଶୁଣାଣି ଶିବିର ସକାଳ ୧୦ ଘଟିକା ସମୟରେ ଆରମ୍ଭ ହୋଇ ଅପରାହ୍ନ ୧ ଘଟିକା ପର‌୍ୟ୍ୟନ୍ତ ଚାଲିବ । ଅଭିଯୋଗକାରୀମାନେ ଏହି ସମୟରେ ଉପସ୍ଥିତ ରହି ନିଜ ଅଭିଯୋଗଗୁଡିକ ପଞ୍ଜିକରଣ କରି ପାଳି ଆସିବା ପର‌୍ୟ୍ୟନ୍ତ ଅପେକ୍ଷା କରିବା ସହ ଶୃଙ୍ଖଳିତ ଭାବେ ଅଭିଯୋଗ ଶୁଣାଣିରେ ଭାଗ ନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗର ଶୁଣାଣି କରିବେ । ଏଥିସହ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ସ୍ତରରେ ହେଉଥିବା ଜନ ଅଭିଯୋଗ ଶୁଣାଣିଗୁଡିକ ମଧ୍ୟ ସକାଳ ୧୦ ଘଟିକାଠାରୁ ୧ ଘଟିକା ପର‌୍ୟ୍ୟନ୍ତ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *