

କଟକ : କଟକ ଓ.ଏମ୍.ପି. ଛକ – ଚାଉଳିଆଗଞ୍ଜସ୍ଥିତ ଏସ.ସି.ବି. ଡି.ଏ.ଭି. ପବ୍ଲିକ ସ୍କୁଲ (SCB DAV Public School) ପରିସରରେ କଟକ ଉନ୍ନୟନ କର୍ତ୍ତୃପକ୍ଷ (CDA) ଙ୍କ ଦ୍ୱାରା ନିର୍ମିତ ନୂତନ ‘ମୁକ୍ତ ବ୍ୟାୟାମଶାଳା’ (Open Gym) ର ଶୁଭ ଉଦ୍ଘାଟନ ଉତ୍ସବରେ ଯୋଗଦାନ । ଏହି ବ୍ୟାୟାମଶାଳା ବିଦ୍ୟାଳୟର କୋମଳମତି ଛାତ୍ରଛାତ୍ରୀମାନଙ୍କୁ ଶାରୀରିକ କ୍ରୀଡ଼ା ଓ ସ୍ୱାସ୍ଥ୍ୟ ସଚେତନତା ଦିଗରେ ନିଶ୍ଚିତ ଭାବେ ପ୍ରୋତ୍ସାହିତ କରିବ। ଏହି ଅବସରରେ କର୍ପୋରେଟରବୃନ୍ଦ, କଟକ ଉନ୍ନୟନ କର୍ତ୍ତୃପକ୍ଷ (CDA) ର ଉପାଧ୍ୟକ୍ଷା, ବିଦ୍ୟାଳୟର ଅଧ୍ୟକ୍ଷ, ଶିକ୍ଷକ-ଶିକ୍ଷୟିତ୍ରୀ, କୋମଳମତି ଛାତ୍ରଛାତ୍ରୀବୃନ୍ଦ, ବିଭାଗୀୟ ଅଧିକାରୀବୃନ୍ଦ ଏବଂ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତିବୃନ୍ଦ ଉପସ୍ଥିତ ଥିଲେ।