
କଟକ, ଅଗଷ୍ଟ ୧:
ଓଡ଼ିଶା ଅବକାରୀ ନିୟମ, 2017 ର ନିୟମ 26କୁ ଖିଲାପ କରି ଐତିହାସିକ କିଲ୍ଲା ଦୁର୍ଗ,ମସଜିଦ୍ ଏବଂ ପବିତ୍ର ଗଡଚଣ୍ଡି ମନ୍ଦିର ନିକଟରେ ଚାଲିଥିବା କଟକ କ୍ଲବ୍ର ବେଆଇନ ‘ଅନ୍ବାର’ ମଦବାର୍କୁ ତୁରନ୍ତ ବନ୍ଦ କରିବା ଦାବିରେ ଆଜି କଟକ ଯୁବ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ଆଜି ପୂର୍ବାହ୍ନ ୧୧:୦୦ ଟା ସମୟରେ କଟକ ଯୁବ କଂଗ୍ରେସ ସଭାପତି ତଥା ହାଇକୋର୍ଟର ଆଇନଜୀବୀ ଡକ୍ଟର ବିପ୍ଳବ ଶିଳାଦିତ୍ୟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି।
ଦାବିପତ୍ରରେ ଦର୍ଶାଯାଇଛି ଯେ, କଟକ କ୍ଲବ୍ ବାର୍ଟି ମସଜିଦ୍ଠାରୁ 100 ମିଟର ଏବଂ ଗଡଚଣ୍ଡି ମନ୍ଦିରଠାରୁ ପ୍ରାୟ 150 ମିଟର ଦୂରତାରେ ଅବସ୍ଥିତ, ଯାହାକି ସ୍ଥାନୀୟ ଅଞ୍ଚଳର ଶାନ୍ତି-ଶୃଙ୍ଖଳା, ଧର୍ମୀୟ ଭାବନା ଏବଂ ସାମାଜିକ ପରିବେଶକୁ ଗଭିର ଭାବରେ ପ୍ରଭାବିତ କରୁଛି। ଓଡ଼ିଶା ହାଇକୋର୍ଟଙ୍କ ବିଭିନ୍ନ ରାୟ ଏବଂ ଅବକାରୀ ନିୟମ ଅନୁଯାୟୀ ଧର୍ମାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ନିକଟରେ ମଦ ଦୋକାନ କିମ୍ବା ବାର୍ ପରିଚାଳନା ସମ୍ପୂର୍ଣ୍ଣ ନିଷିଦ୍ଧ ବୋଲି ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାମ ଗୋଛିଆୟତ, ଶିଶିର କୁମାର ରଥ, ମନୋଜ ବିଶ୍ୱାଳ, ସୀତାକାନ୍ତ ପଣ୍ଡା,ବିଶ୍ୱନାଥ ସତପଥୀ, ରାଜେନ୍ଦ୍ର ପଟ୍ଟନାୟକ, ନିର୍ମଳ ସ୍ୱାଇଁ, ପ୍ରଶାନ୍ତ ଭୋଇ, ଜୟ ନାରାୟଣ ତ୍ରିପାଠୀ, ରୁଷି କାଣ୍ଡି, ବିପନ ପ୍ରଶlୟତ , ହିମାଂଶୁ ରାଉତ, ପ୍ରୀତିଚନ୍ଦ୍ରl କୈବଲ୍ୟ ନାୟକ, ଅଶୋକ ସ୍ୱାଇଁ, ଅଲୋକ ନନ୍ଦ,ଉଗ୍ରସେନ ଭୂୟାଁ,ମମତା ସିଂହ, ଆଇନଜୀବୀ ମହମ୍ମଦ ଆରିଫୁଦ୍ଦିନ୍ ଖାନ୍, ଶତ୍ରୁଘ୍ନ ଦାସ, ସତ୍ୟଜିତ ଦାସ, ପ୍ରଦୋଷ ଦାସ, ମାନସ ଖାଟୁଆ, ଶୁଭରଞ୍ଜନ ରାଉତରାୟ, ଇଲୁ ସିଂ,ଯୁବ ନେତା ଶିବ ଅଗ୍ରୱାଲ, ଅର୍ଜିତ୍ ରାଉତରାୟ, ଛାତ୍ର ନେତା ହିତାଂଶୁ ସ୍ୱାଇଁ, ସ୍ୱପ୍ନ କୁମାର ସ୍ୱାଇଁ, ସତ୍ୟରଞ୍ଜନ ବିଠ, ମଧୁ ସେନାପତି, ଦିବ୍ୟାକାନ୍ତ ମହାପାତ୍ର, ଶ୍ୟାମ ସୁନ୍ଦର ଦାସ, ଆରମାନ ପ୍ରଧାନ, ଏବଂ ଅଭିନାଶ ଜେନା ପ୍ରମୁଖ ଉପସ୍ଥିତ ରହି ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ।
କଟକ ସହରର ସମସ୍ତ ମନ୍ଦିର, ମସଜିଦ୍ ଏବଂ ଶିକ୍ଷାନୁଷ୍ଠାନ ଆଖପାଖରେ ଚାଲିଥିବା ସମସ୍ତ ବେଆଇନ ଅବକାରୀ ଦୋକାନ ଓ ବାର୍ଗୁଡ଼ିକର ତୁରନ୍ତ ସମୀକ୍ଷା ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଯୁବ କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।